କନକ ବ୍ୟୁରୋ: କାହାର ହେବ ସାରସକଣା ଆସନ? ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଭୋଟ୍ ଦେଉଛନ୍ତି ଭୋଟର । ନିଜ ଅଞ୍ଚଳ ପାଇଁ ନେତା ବାଛୁଛନ୍ତି ମତଦାତା । ଆଉ ୬ଟି ସଂସଦୀୟ କ୍ଷେତ୍ର ସହ ୪୧ଟି ବିଧାନସଭା ଆସନ ଦଖଲ ପାଇଁ ଚାଲିଛି ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା । ତେବେ ମୟୁରଭଞ୍ଜ ସଂସଦୀୟ କ୍ଷେତ୍ର ଅଧିନରେ ଥିବା ସାରସକଣା ବିଧାନସଭା ଆସନରେ କାହାକୁ ସିପାହୀ ଭାବେ ବସାଇବେ ଭୋଟର, ମତ ସାବ୍ୟସ୍ତ କରି ନେତା ବାଛୁଛନ୍ତି ସାରସକଣାବାସୀ । ତେବେ କ’ଣ ରହିଛି ସାରସକଣା ବିଧାନସଭା ନିର୍ବାଚନ ମଣ୍ଡଳୀର ରାଜନୀତି ଇତିହାସ ପଢ଼ନ୍ତୁ ।

Advertisment

publive-image୨୦୧୯ର ଲଢେଇ
ବିଜେଡ଼ି - ଅମର ସିଂ ଟୁଡ଼ୁ
ଜେଏମଏମ୍ – ମହେଶ ହେମ୍ବ୍ରମ
ବିଜେପି - ବୁଧାନ ମୁର୍ମୁ

୨୦୧୯-ବିଜେଡି: ଅମର ସିଂ ଟୁଡ଼ୁ
- ପୂର୍ବତନ ସରପଂଚ ( ୨ଥର )
- ପୂର୍ବତନ ସମିତି ସଭ୍ୟ
- ପ୍ରଥମଥର ବିଧାନସଭା ପ୍ରାର୍ଥୀ

୨୦୧୯-ଜେଏମଏମ୍: ମହେଶ ହେମ୍ରମ
- କଂଗ୍ରେସ-ଜେଏମଏମ୍ ମେଂଟ ପ୍ରାର୍ଥୀ
- ପୂର୍ବତନ ଜେଏମଏମ୍ ରାଜ୍ୟ ସଭାପତି
- ୨୦୧୪ରେ ଯଶୀପୁରରୁ ଲଢି ପରାଜିତ

୨୦୧୯-ବିଜେପି: ବୁଧାନ ମୁର୍ମୁ
- ବିଜେପିର ନୂଆ ମୁହଁ
- ଡ଼ାକ୍ତରରୁ ରାଜନୀତି
- ବାରିପଦା ଓ ସାରସକଣାରେ ଲୋକପ୍ରିୟତା ରହିଛି
- ପ୍ରଥମଥର ନିର୍ବାଚନ ଲଢୁଛନ୍ତି

ନିର୍ବାଚନ ମଣ୍ଡଳୀ ତଥ୍ୟ
- ଅନୁସୂଚିତ ଜନଜାତି ( ଏସ୍ଟି ) ବର୍ଗଙ୍କ ପାଇଁ ଆସନ ସଂରକ୍ଷିତ
- ସାରସକଣା ବ୍ଳକ୍, ବିଜାତଳା ବ୍ଳକ, ବିସୋଇ ବ୍ଳକ୍ ଏବଂ କୁସୁମି ବ୍ଳକର ୩ଟି ପଂଚାୟତକୁ ନେଇ ଗଠିତ
- ମୟୂରଭଞ୍ଜ ଲୋକସଭା କ୍ଷେତ୍ର ଅନ୍ତର୍ଭୁକ୍ତ
- ୨୦୦୯ରେ ନିର୍ବାଚନମଣ୍ଡଳୀ ଗଠିତ
- ୨୦୦୯ରେ ରାମଚନ୍ଦ୍ର ହାଁସଦା ବିଧାୟକ
- ୨୦୧୪ରେ ଭାଦବ ହାଁସଦା ବିଧାୟକ

୨୦୧୪ର ଲଢେଇ
- ମୈଦାନରେ ଥିଲେ ମୋଟ ୧୩ ପ୍ରାର୍ଥୀ
- ମୋଟ ଭୋଟର ସଂଖ୍ୟା – ୧ ଲକ୍ଷ ୮୨ ହଜାର ୯୩୨
- ମତ ଦେଇଥିଲେ – ୧ ଲକ୍ଷ ୪୫ ହଜାର ୭୫୧
- ଭୋଟଦାନ ହାର – ୭୯.୬୭%

୨୦୧୪ର ଫଳାଫଳ
ପ୍ରାର୍ଥୀ ଦଳ ଭୋଟ ପ୍ରତିଶତ ଫଳାଫଳ
ଭାଧବ ହାଁସଦା ବିଜେଡି ୪୬,୮୬୭ ୩୨.୧୬% ବିଜୟୀ
ବେରେଲ ସିର୍କା କଂଗ୍ରେସ ୨୦,୦୪୦ ୧୩.୭୫% ପରାସ୍ତ
ନରେନ୍ଦ୍ର ନାଥ ସିଂହ ବିଜେପି ୨୩,୪୪୭ ୧୬.୦୯% ପରାସ୍ତ
ରାମଚନ୍ଦ୍ର ମୁର୍ମୁ ଜେଏମ୍ଏମ୍ ୪୩,୦୨୮ ୨୯.୫୨ ପରାସ୍ତ

କିଏ ମାରିଥିଲା ବାଜି?
- ବିଜେଡିର ଭାଧବ ହାଁସଦା ନିର୍ବାଚନ ଜିତିଥିଲେ
- ୪୬ ହଜାର ୮୬୭ ଖଣ୍ଡ ଭୋଟ ପାଇଥିଲେ ବିଜେଡି ପ୍ରାର୍ଥୀ
- ଜେଏମଏମ୍ ପ୍ରାର୍ଥୀ ରାମଚନ୍ଦ୍ର ମୁର୍ମୁଙ୍କୁ ପରାସ୍ତ କରିଥିଲେ
- ୩ ହଜାର ୮୩୯ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ
- ୯ ଜଣ ପ୍ରାର୍ଥୀ ଅମାନତ୍ ହରାଇଥିଲେ