କନକ ବ୍ୟୁରୋ : ନିମ୍ନମାନର କାମ ଅଭିଯୋଗ କରିବାରୁ ସରପଞ୍ଚଙ୍କୁ ମାଡ । ବଲାଙ୍ଗୀର ଜିଲ୍ଲାରୁ ଆସିଛି ସରକାରୀ ବାବୁଙ୍କ ଦାଦାଗିରିର ଖବର । ହରିଶଙ୍କରରେ ଫାଇଭ-ଟି ଅଧିନରେ ଚାଲିଥିବା ବିଭିନ୍ନ କାମର ତଦାରଖ କରିବାକୁ ପହଞ୍ଚିଥିଲେ ପିଡବ୍ଲୁଡି ଏସଡିଓ ଶ୍ରୀଧର ଦାସ । ଏହି ସମୟରେ ସେଠାରେ ଚଙ୍ଗରିଆ ପଂଚାୟତର ସରପଞ୍ଚ ସୁଶିଲ ଗୁରୁ ପହଞ୍ଚି ନିମ୍ନମାନର କାମ ଚାଲିଥିବା ଅଭିଯୋଗ ଆଣିଥିଲେ । ଏହି କଥା ଶୁଣି ରାଗିଯାଇଥିଲେ ପିଡବ୍ଲୁଡି ଏସଡିଓ । ସବୁ କଥାରେ କାହିଁକି ବାଧ ଉପୁଯାଉଛ ବୋଲି କହି ସରପଞ୍ଚଙ୍କୁ ମାଡି ବସି ନିସ୍ତୁକ ମାଡ ମାରିଥିଲେ । ଉପସ୍ଥିତ ଲୋକେ ଏସଡିଓଙ୍କ କବଳରୁ ସରପଞ୍ଚଙ୍କୁ ଉଦ୍ଧାର କରିଥିଲେ ।

Advertisment

ଆଉ ସେହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏସଡିଓଙ୍କ ଏପରି ଆଚରଣକୁ ସାଧାରଣ ଲୋକେ ନିନ୍ଦା କରୁଛନ୍ତି ।  ଅନ୍ୟପଟେ ଖବର ପାଇ ହରିଶଙ୍କର ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଏସଡିଓ ଓ ସରପଞ୍ଚଙ୍କୁ ଖପ୍ରାଖୋଲ ଥାନାକୁ ଆଣି ପଚରାଉଚରା କରୁଛି । ବର୍ତମାନ ସୁଦ୍ଧା ଥାନାରେ କୌଣସି ପ କ୍ଷରୁ ଏତଲା ଦିଆଯାଇନଥିବା ସୂଚନା ମିଳିଛି ।