ଏସଡିଓ ଓ ସରପଞ୍ଚ ମାରପିଟ, ଉଭୟଙ୍କୁ କୋର୍ଟରୁ ମିଳିଲା ଜାମିନ । ନିମ୍ନମାନର କାମ ଅଭିଯୋଗ କରି ମାଡ ଖାଇଥିଲେ ସରପଞ୍ଚ !

ଏସଡିଓ ଓ ସରପଞ୍ଚ ମାରପିଟ, ଉଭୟଙ୍କୁ କୋର୍ଟରୁ ମିଳିଲା ଜାମିନ । ନିମ୍ନମାନର କାମ ଅଭିଯୋଗ କରି ମାଡ ଖାଇଥିଲେ ସରପଞ୍ଚ !

କନକ ବ୍ୟୁରୋ : ହରିଶଙ୍କର ପୀଠର ଏସଡିଓ ଓ ସରପଞ୍ଚଙ୍କ ମାରପିଟ୍ ଘଟଣାରେ ଉଭୟଙ୍କୁ ଜାମିନ୍ । ପୋଲିସ କୋହଳ ଦଫା ଲଗାଇଥିବାରୁ ଉଭୟଙ୍କୁ କୋର୍ଟରୁ ଜାମିନ ମିଳିଯାଇଛି । ଗତକାଲି ବଲାଙ୍ଗୀର ହରିଶଙ୍କର ପୀଠରେ ଚଙ୍ଗରିଆ ପଂଚାୟତର ସରପଞ୍ଚ ସୁଶୀଲ ଗୁରୁଙ୍କୁ ମାଡ ମାରିଥିଲେ ପି.ଡବ୍ଲୁ,ଡି.ଏସଡିଓ ଶ୍ରୀଧର ଦାସ ।

ବାଡି ଓ ଲୁହାରଡ ଧରି ସରପଞ୍ଚଙ୍କୁ ମାରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ହରିଶଙ୍କରରେ ବିଭିନ୍ନ ଉନ୍ନୟନମୂଳକ କାମ ନିମ୍ନମାନର ହୋଇଥିବା ଅଭିଯୋଗ କରିବା ପରେ ପିଡବ୍ଲୁଡି ଏସଡିଓ ତାଙ୍କୁ ମାଡ କରିଥିଲେ । ଏନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା । କିନ୍ତୁ ପୁଲିସ ଉଭୟ ସରପଞ୍ଚ ଏବଂ ଏସଡିଓଙ୍କ ବିରୋଧରେ ସମାନ ଦଫା ଲଗାଇଥିଲା । ତେଣୁ ଉଭୟଙ୍କୁ ଜାମିନ୍ ମିଳିଯାଇଛି ।

ପ୍ରଥମେ ସରପଂଚ ଧକ୍କା ମାରିବାରୁ ଏସଡିଓ ତାଙ୍କୁ ମାଡ ମାରିଥିବା ଏସଡିଓ କହିଥିଲେ । ୫-ଟି ଅଧିନରେ ବଲାଙ୍ଗୀରର ପବିତ୍ର ଶୈବପୀଠ ହରିଶଙ୍କରରେ ବିକାଶ ପାଇଁ ୧୨୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । କିନ୍ତୁ ନିମ୍ନମାନର କାମ ହେଉଥିବା ଅଭିଯୋଗ ନେଇ ଏସଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସରପଞ୍ଚ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା, ପରେ ସରପଞ୍ଚଙ୍କୁ ଏସଡିଓ ମାଡ ମାରୁଥିବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଘୂରି ବୁଲିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe