କନକ ବ୍ୟୁରୋ : କଟକ- ଭୁବନେଶ୍ୱର ଟ୍ୱିନ୍ ସିଟିର ନୂଆ ପୁଲିସ କମିଶନର- ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ । ହଠାତ୍ ପୁଲିସ କମିଶନରଙ୍କୁ ବଦଳି କରାଯାଇ କାହିଁକି ସୌମେନ୍ଦ୍ରଙ୍କୁ ଦାୟିତ୍ୱ ଦିଆଗଲା, ତାହାକୁ ନେଇ ଚର୍ଚ୍ଚା ଚାଲିଛି । କିନ୍ତୁ ଏହି ପୁଲିସ ଅଧିକାରୀଙ୍କ ଦକ୍ଷତା ଓ କାର୍ଯ୍ୟଶୈଳୀ, ଅନେକ ସମୟରେ ସରକାରଙ୍କୁ ସମସ୍ୟାରୁ ବଂଚାଇ ଦେଇଛି । ବୋଧହୁଏ ସେହି କାରଣ ପାଇଁ ସରକାର ତାଙ୍କୁ ଗୁରୁଦାୟିତ୍ୱ ଦେଇଛନ୍ତି ।
I have relinquished charge as Commissioner of Police of twin city.
I thank the State Government for the opportunity to serve as CP.
I would remember this challenging tenure amidst Covid-19 & will derive satisfaction that I gave my best & received love & respect of the people. 🙏— Dr Sudhanshu Sarangi (@SarangiSudhansu) March 8, 2021
ପୁଲିସ କମିଶନର ଦାୟିତ୍ୱ ଛାଡିଛନ୍ତି ସୁଧାଂଶୁ ଷଡଙ୍ଗୀ । ଦାୟିତ୍ୱ ଛାଡିବା ପରେ ଟ୍ୱିଟ୍ କରି ନିଜ ପ୍ରତିକ୍ରିୟା ରଖିଛନ୍ତି ୧୯୯୦ ବ୍ୟାଚର ଏହି ବରିଷ୍ଠ ଆଇପିଏସ ଅଧିକାରୀ । ସୁଧାଂଶୁ କହିଛନ୍ତି, ପୁଲିସ କମିଶନର ଭାବେ କାମ କରିବାର ସୁଯୋଗ ଦେଇଥିବାରୁ ସରକାରଙ୍କୁ ଧନ୍ୟବାଦ । କରୋନା ସମୟରେ ଆହ୍ୱାନପୂର୍ଣ୍ଣ କାର୍ଯ୍ୟକାଳ ସବୁ ବେଳେ ମନେ ରହିବ । ସର୍ବଶ୍ରେଷ୍ଠ ପ୍ରଦର୍ଶନ ତାଙ୍କୁ ସନ୍ତୁଷ୍ଟି ଦେଇଛି । ଲୋକଙ୍କଠାରୁ ଶ୍ରଦ୍ଧା ଓ ସମ୍ମାନ ପାଇଛି ବୋଲି ଟ୍ୱିଟ୍ କରିଛନ୍ତି ସୁଧାଂଶୁ ଷଡଙ୍ଗୀ ।