କନକ ବ୍ୟୁରୋ: ରାଜଧାନୀରେ ଆରମ୍ଭ ହେଲା ସରଗି ଫୁଲ ୨୦୧୮ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି । ୩ ଦିନ ଧରି ଚାଲିବ ସରଗି ଫୁଲ କାର୍ଯ୍ୟକ୍ରମ । ଏଥିରେ ବିଭିନ୍ନ ଜିଲ୍ଳାର ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିବେ । ଆଦିବାସୀ ହାଟ ପାଇଁ ଭିତିପ୍ରସ୍ତର ସ୍ଥାପନ କଲେ ନବୀନ । ପ୍ରଥମ ପର୍ଯ୍ୟାୟରେ ୪ କୋଟି ଟଙ୍କା ବ୍ୟୟ ହେବ ।ଏହି ହାଟରେ କେବଳ ଆଦିବାସୀ ସାମଗ୍ରୀ ଉପଲବ୍ଧ ହେବ ।
ସରଗିଫୁଲ୍ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ତଥା ସଂଖ୍ୟାଲଘୁ ଏବଂ ଅନଗ୍ରସର ବର୍ଗ କଲ୍ୟାଣ ବିଭାଗ ଦ୍ୱାରା ଅୟୋଜିତ ହୋଇଆସିଛି । ଏହି ବିଭାଗ ଅଧିନରେ ପାଠ ପଢ଼ୁଥିବା ପିଲାମାନଙ୍କ କିଶୋର ପ୍ରତିଭାର ଆକଳନ ହେତୁ ଏହି ଉତ୍ସବର ପରିକଳ୍ପନା ନାମରୁ ହିଁ ସ୍ପଷ୍ଟ । ଜନଜାତି ସମାଜରେ ସରଗିଫୁଲ୍ ବହୁ ଚର୍ଚ୍ଚିତ ଓ ପବିତ୍ରତମ ପୁଷ୍ପ ହିସାବରେ ପରିଚିତ । ଓଡ଼ିଶାର ଜନଜାତି ସମୁଦାୟ ତଥା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପରି•ଳିତ ବିଦ୍ୟାଳୟ ସମୂହରେ ଅନୁସୂଚିତ ଜନଜାତିର ପିଲାମାନେ ହେଉଛନ୍ତି, ସେହି ସର୍ଗିଫୁଲ୍ର ସ୍ତବକ ।
ସେମାନଙ୍କୁ ସୁବ୍ୟବସ୍ଥିତ ଢଙ୍ଗରେ ଶିକ୍ଷାଦାନ କରାଇ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଏବଂ ସେମାନଙ୍କର ଅର୍ଥନୀତିରେ ସହାୟ ହେଲାଭଳି ଗଢ଼ିତୋଳିବା ହେଉଛି ଶିକ୍ଷାର ପ୍ରାଥମିକ ଉଦ୍ଦେଶ୍ୟ । ବିଭିନ୍ନ ଜିଲ୍ଳାର ଛାତ୍ରଛାତ୍ରୀଙ୍କ ପାଖରେ ବହୁତ ସାମର୍ଥ୍ୟ ରହିଛି, ସେହି ସାମର୍ଥ୍ୟକୁ ଲୋକଲୋଚନକୁ ଆଣି ସେମାନଙ୍କ ମେଧାକୁ ଆହୁରି ବିକାଶୋନ୍ନୁମୁଖୀ କରାଇବା ଉଦ୍ଦେଶ୍ୟରେ ଏହି ସରଗିଫୁଲ୍ ଉତ୍ସବର ଆୟୋଜନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/12/BBSR.jpg)
/kanak/media/post_attachments/wp-content/uploads/2018/12/Screen-shot-2018-12-19-at-12.20.27-PM-300x223.png)
/kanak/media/post_attachments/wp-content/uploads/2018/12/IMG_1421-300x200.jpg)