ସରକାରୀ ବାବୁ ନା ଜମିଦାର? ସମ୍ପତ୍ତି ତାଲିକା ଦେଖିଲେ ହୋଇଯିବେ ତାଜୁବ

Advertisment
ସରକାରୀ ବାବୁ ନା ଜମିଦାର? ସମ୍ପତ୍ତି ତାଲିକା ଦେଖିଲେ ହୋଇଯିବେ ତାଜୁବ

କନକ ବ୍ୟୁରୋ: ଓଡିଶାରେ ବଢୁଛି ସରାକାରୀ ବାବୁଙ୍କ ସମ୍ପତ୍ତି ତାଲିକା । ଗତ କିଛିଦିନ ଭିତରେ ୩ ବାବୁ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଆଉ ତାଙ୍କ ସମ୍ପତ୍ତି ତାଲିକା ସମସ୍ତଙ୍କୁ ତାଜୁବ କରିଛି । କେବଳ ଓଡ଼ିଶାରେ ନୁହେଁ ରାଜ୍ୟ ବାହାରେ ମଧ୍ୟ ଏମାନଙ୍କର ପ୍ଲଟ ରହିଛି। ନଜର ପକାନ୍ତୁ ଏହି ୩ ଦୁର୍ନୀତିଗସ୍ତ ବଡ ବାବୁଙ୍କ ଉପରେ। ସମସ୍ତେ ବଡ ବିଭାଗର ବଡ ଦାୟିତ୍ୱରେ ରହିଛନ୍ତି। ଆଉ ନିଜ ପଦର ଫାଇଦା ଉଠାଇ କୋଟି କୋଟି ଟଙ୍କାର ସମ୍ପତ୍ତି ଠୁଳ କରିଛନ୍ତି।

ଗତ ସପ୍ତାହେ ମଧ୍ୟରେ ଭିଜିଲାନ୍ସ ଜାଲରେ ପଡିଥିବା ଦୁର୍ନୀତିଗସ୍ତ ବଡବାବୁ ମାନେ ହେଉଛନ୍ତି ଲୋୟର ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ, ଅବକାରୀ ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ର, ବାଲେଶ୍ବର ଜଳସେଚନ ବିଭାଗର ଅଧୀଷଣ ଯନ୍ତ୍ରୀ ପ୍ରଭାସ ପ୍ରଧାନ। ଏହି ଦୁର୍ନୀତିଗ୍ରସ୍ତ ବାବୁଙ୍କ ମଧ୍ୟରେ ଗୋଟିଏ ସମାନତା ଦେଖିବାକୁ ମିଳିଛି। ସମସ୍ତଙ୍କ ପାଖରେ ପୁଳା ପୁଳା ପ୍ଲଟ ରହିଛି। ସୁନାଗହଣା, ଟଙ୍କା କିମ୍ବା କାର ଧରିଲେ କାଳେ ଲୋକଙ୍କ ନଜରକୁ ଆସିଯିବେ ସେଥିପାଇଁ ବିଭିନ୍ନ ସ୍ଥାନରେ ପୁଳା ପୁଳା ପ୍ଲଟ ପକାଇବାକୁ ଉଚିତ୍ ମଣନ୍ତି ଏହି ବଡ ବାବୁମାନେ। ଯେପରି ସହଜରେ ସମ୍ପତ୍ତି ଠାବ ନହେବ ସେଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ଲଟ ପକାଇଥାନ୍ତି। ନଜର ପକାନ୍ତୁ ଭିଜିଲାନ୍ସ ଜାଲରେ ପଡିଥିବା ବାବୁଙ୍କ ସମ୍ପତ୍ତି ଉପରେ

ଭିଜିଲାନ୍ସ ହାତରେ ସୁନୀଲ ରାଉତ
- ଲୋୟର ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ
- ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାନ୍ଧିଛି ଭିଜିଲାନ୍ସ
- ରାଜ୍ୟର ବିଭିନ୍ନ ସ୍ଥାନରେ ୩୪ଟି ପ୍ଲଟ ପକାଇଛନ୍ତି
- ମଥୁରାରେ ପ୍ଲଟ, ଭୁବନେଶ୍ବରରେ ୨ଟି ବିଳାସପୂର୍ଣ୍ଣ କୋଠା
- ପୁରୀ, କଟକରେ ୩ଟି ଦାମୀ ଫ୍ଲାଟ
- ଭୁବନେଶ୍ବରରେ ୭ଟି ପ୍ଲଟ, ଢେଙ୍କାନାଳରେ ଫାର୍ମ
- ୧୪ କୋଟିରୁ ଉର୍ଦ୍ଧ୍ବ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ

ଭିଜିଲାନ୍ସ ଜାଲରେ ରାମଚନ୍ଦ୍ର ମିଶ୍ର
- ଭୁବନେଶ୍ୱର ଅବକାରୀ ଯୁଗ୍ମ କମିଶନର
- ଆୟବହିର୍ଭୂତ ଅଚଳାଚଳ ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ
- ଉପୁରି ଟଙ୍କାରେ ପୁଳା ପୁଳା ପ୍ଲଟ ଓ ଫ୍ଲାଟ କିଣିଛନ୍ତି ବାବୁ
- ରାଜ୍ୟର ବିଭିନ୍ନ ସ୍ଥାନରେ ୫୨ଟି ପ୍ଲଟ ରହିଛି
- ୬ଟି ଫ୍ଲାଟର ମାଲିକ ରାମଚନ୍ଦ୍ର ମିଶ୍ର
- ଭୁବନେଶ୍ବର, ବରଗଡ, ବଲାଙ୍ଗୀର, ସୁବର୍ଣ୍ଣପୁରରେ କୋଠା
- ତରଭାରେ ରାଇସ ମିଲ୍, ସୁବର୍ଣ୍ଣପୁରରେ ଫାର୍ମ ହାଉସ
- ୧୦ କୋଟିରୁ ଅଧିକ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି

ଭିଜିଲାନ୍ସ ଜାଲରେ ପ୍ରଭାସ ପ୍ରଧାନ
- ବାଲେଶ୍ୱର ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ
- ପ୍ରଭାସଙ୍କ ନାଁରେ ୮୫ଟି ପ୍ଲଟ
- କେବଳ ଜଳେଶ୍ବରରେ ୮୦ଟି ପ୍ଲଟ ରହଛି
- ଡେଲାଙ୍ଗରେ ୪ଟି ପ୍ଲଟ ଠାବ
- ପଶ୍ଚିମବଙ୍ଗରେ ବି ବାବୁଙ୍କର ରହିଛି ପ୍ଲଟ
- ଚଢାଉ ବେଳେ ସୁନା ବିସ୍କୁଟ, ଟଙ୍କା ଭର୍ତ୍ତି ବ୍ୟାଗ୍ ଜବତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe