ବ୍ରିଟେନର ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଟିକା ନିର୍ମାତାଙ୍କ ବଡ ବୟାନ । ନୂଆ ଭାରିଆଣ୍ଟ ଓମିକ୍ରନ ଅଧିକ ସଂକ୍ରାମକ

145

କନକ ବ୍ୟୁରୋ : କରୋନା ମହାମାରୀର କରାଳ ରୂପ ସାରା ଦୁନିଆ ଦେଖିଲା । ଏବେ ଏହାପରେ ଯଦି କୌଣସି ଭାଇରସ ପୃଥିବୀକୁ ଆସେ ତାହେଲେ ଏହା କରୋନାଠୁ ସାଂଘାତିକ ହେବ । ଯାହାକି ଅଧିକ ପ୍ରାଣଘାତୀ ହେବ । ବ୍ରିଟେନରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକାର ନିର୍ମାତା ସାରା ଗିଲବର୍ଟ ଏହା କହିଛନ୍ତି । ତେଣୁ କରୋନା ମହାମାରୀ ମୁକାବିଲାରେ ଯେଉଁ ଶିକ୍ଷା ମିଳିଛି ତାକୁ ଆଗାମୀ ଦିନରେ ସତର୍କ ରହିବା ଦରକାର ବୋଲି ବୈଜ୍ଞାନିକ ଜଣଙ୍କ କହିଛନ୍ତି ।

ଗିଲବର୍ଟ କହିଛନ୍ତି, କରୋନା ମୁକାବିଲା କରିବାରେ ଆମର ତ୍ରୁଟି ରହିଛି । ଧନୀ ଦେଶ ଗୁଡିକ ବୁଷ୍ଟର ଡୋଜ ପାଇଁ ଚିନ୍ତା କରୁଛନ୍ତି । ହେଲେ ଗରିବ ଦେଶରେ ଏବେ ବି ଟିକାକରଣ ଗୋଟିଏ ବଡ ଆକାରରେ ହୋଇନାହିଁ । ଗିଲବର୍ଟ କରୋନାର ନୂଆ ଭ୍ୟାରିଆଂଟ ଓମିକ୍ରନ ବାବଦରେ କହିଛନ୍ତି, ଏହା ଅଧିକ ସଂକ୍ରାମକ । କିନ୍ତୁ କେତେ ଘାତକ ତାହା ଏଯାବତ ଜଣାପଡିନି । ଏଥିପାଇଁ ୨-୩ ସପ୍ତାହ ଅପେକ୍ଷା କରିବାକୁ ହେବ । ସେହିପରି ସାର୍ସ-କୋଭ-୨ ଜନିତ ମହାମାରୀର ପରିଚାଳନା କରୁଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାର ମୁକାବିଲା ପାଇଁ ସ୍ଥାୟୀ ପାଣ୍ଠିର ଆବଶ୍ୟକତା ରହିଛି ବୋଲି କହିଛି । ୫୯ ବର୍ଷୀୟ ଗିଲଗିଟ୍ ଦୀର୍ଘ ୧୦ ବର୍ଷ ହେବ ଟିକା ଉପରେ ଗବେଷଣା କରୁଛନ୍ତି ।