ପର୍ଯ୍ୟଟକଙ୍କୁ ହାତ ଠାରି ଡାକୁଛି ସରଫଗଡ ବାଢୁନଝରିଆ । ପ୍ରାକୃତିକ ସୌନ୍ଦର୍ଯ୍ୟ ଭିତରେ ବୋଟିଂ, ଟ୍ରେକିଂର ମଜା ନେଉଛନ୍ତି ପ୍ରକୃତିପ୍ରେମୀ ।

99

କନକ ବ୍ୟୁରୋ: ମନମୋହୁଛି ସରଫଗଡ ପର୍ଯ୍ୟଟନସ୍ଥଳୀ । ଏବେ ପର୍ଯ୍ୟଟନ ଋତୁ ଚାଲିଥିବା ବେଳେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡିକରେ ଲାଗିଛି ପର୍ଯ୍ୟଟକଙ୍କ ଭିଡ । ସେହିଭଳି ବଣ ପାହାଡ ଘେରା ସବୁଜ ବନାନୀ ଭିତରେ ରହିଛି ସୁନ୍ଦରଗଡ ସରଫଗଡର ବାଢୁନଝରିଆ ।

ପ୍ରାକୃତିକ ପରିବେଶ ସାଙ୍ଗକୁ ଏଠାରେ ଥିବା ନେଚର ପାର୍କ, ଶିଶୁ ଉଦ୍ୟାନ, ବୋଟିଂ ଆଦି ପରିବେଶ ପ୍ରେମୀଙ୍କୁ ବେଶ ଆକୃଷ୍ଟ କରୁଛି । ଝରଣାର ନୀଳ ଜଳରାଶି ଯେମିତି ପର୍ଯ୍ୟଟକଙ୍କୁ ଆନମନା କରୁଛି । ପ୍ରତିବର୍ଷ ପିକନିକ ପାଇଁ ଏଠାରେ ପ୍ରବଳ ଭିଡ ଲାଗିଥାଏ । ଦିନରେ ଭୋଜିଭାତର ଆସର ଜମୁଥିବା ବେଳେ ରାତ୍ରୀ ଯାପନ ପାଇଁ ଏଠାରେ ସମସ୍ତ ବ୍ୟବସ୍ଥା ରହିଛି । ପର୍ଯ୍ୟଟକଙ୍କ ରହଣି ପାଇଁ ମନୋରମ ପରିବେଶ ଭିତରେ ସୁନ୍ଦର ସୁନ୍ଦର କଟେଜ ସବୁ ତିଆରି ହୋଇଛି ।

ପ୍ରକୃତିର ସୁନ୍ଦରତାକୁ ଦେଖିବାକୁ ଖୁବ ପାହାଡ ଉପରେ ତିଆରି ହୋଇଛି ୱାଚ୍ ଟାୱାର । ଦିନକୁ ଦିନ ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଥିବାରୁ ଏଠାରେ ଆଗକୁ ଅନେକ ସୁବିଧାମାନ କରାଯାଉଛି ।