ରାଉରକେଲା ଗୋପବନ୍ଧୁପାଲୀ ଅଂଚଳରେ ବୁଥକୁ ବିଜେଡି ପ୍ରାର୍ଥୀ ସାରଦା ନାୟକ ପଶିଯିବା ପରେ ଉତେଜନା: ମୁଖ୍ୟ ନିର୍ବାଚନ ଅଧିକାରୀ କହିଲେ, ସାରଦାଙ୍କୁ ସୁରକ୍ଷିତ ବାହାରକୁ ଆଣିଲା ପୋଲିସ

179

କନକ ବ୍ୟୁରୋ: ରାଉରକେଲା ଗୋପବନ୍ଧୁପାଲୀ ଅଂଚଳରେ ବୁଥକୁ ବିଜେଡି ପ୍ରାର୍ଥୀ ସାରଦା ନାୟକ ପଶିଯିବା ପରେ ଉତେଜନା ଦେଖାଦେଇଛି । ପରେ ବୁଥ ଭିତରୁ ପୋଲିସ ତାଙ୍କୁ ସୁରକ୍ଷା ଦେଇ ବାହାରକୁ ଆଣିଛି । ଏହି ଘଟଣାକ ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ପ୍ରାର୍ଥୀ ହିସାବରେ ସାରଦା ନାୟକ ବୁଥ ଭିତରକୁ ଯାଇପାରିବେ । ଏବଂ ସେ ମତଦାନ କେନ୍ଦ୍ର ଭିତରକୁ ଯାଇଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱି ଦଳର କିଛି ଲୋକ ତାଙ୍କୁ ବିରୋଧ କରିଥିଲେ, ପୋଲିସ ତାଙ୍କୁ କର୍ଡନ କରି ସୁରକ୍ଷା ଦେଇ ବୁଥ ବାହାରକୁ ଆଣିଥିବା କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।