କନକ ବ୍ୟୁରୋ: ରାଉରକେଲା ଗୋପବନ୍ଧୁପାଲୀ ଅଂଚଳରେ ବୁଥକୁ ବିଜେଡି ପ୍ରାର୍ଥୀ ସାରଦା ନାୟକ ପଶିଯିବା ପରେ ଉତେଜନା ଦେଖାଦେଇଛି । ପରେ ବୁଥ ଭିତରୁ ପୋଲିସ ତାଙ୍କୁ ସୁରକ୍ଷା ଦେଇ ବାହାରକୁ ଆଣିଛି । ଏହି ଘଟଣାକ ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ପ୍ରାର୍ଥୀ ହିସାବରେ ସାରଦା ନାୟକ ବୁଥ ଭିତରକୁ ଯାଇପାରିବେ । ଏବଂ ସେ ମତଦାନ କେନ୍ଦ୍ର ଭିତରକୁ ଯାଇଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱି ଦଳର କିଛି ଲୋକ ତାଙ୍କୁ ବିରୋଧ କରିଥିଲେ, ପୋଲିସ ତାଙ୍କୁ କର୍ଡନ କରି ସୁରକ୍ଷା ଦେଇ ବୁଥ ବାହାରକୁ ଆଣିଥିବା କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ।
ରାଉରକେଲା ଗୋପବନ୍ଧୁପାଲୀ ଅଂଚଳରେ ବୁଥକୁ ବିଜେଡି ପ୍ରାର୍ଥୀ ସାରଦା ନାୟକ ପଶିଯିବା ପରେ ଉତେଜନା: ମୁଖ୍ୟ ନିର୍ବାଚନ ଅଧିକାରୀ କହିଲେ, ସାରଦାଙ୍କୁ ସୁରକ୍ଷିତ ବାହାରକୁ ଆଣିଲା ପୋଲିସ
/kanak/media/post_attachments/wp-content/uploads/2024/05/33-23.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)