ଦୀର୍ଘ ୧୧ ବର୍ଷ ପରେ ନବୀନଙ୍କ ଟିମକୁ ଫେରିଲେ ଶାରଦା ନାୟକ । କହିଲେ ଦାୟିତ୍ୱ ବଢିଛି, ଶେଷ ନିଶ୍ୱାସ ପର୍ଯ୍ୟନ୍ତ କାମ କରିବି ।
କନକ ବ୍ୟୁରୋ : କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଶାରଦା ପ୍ରସାଦ ନାୟକ । ଦୀର୍ଘ ୧୧ ବର୍ଷ ପରେ ନବୀନଙ୍କ ମନ୍ତ୍ରୀମଣ୍ଡଳକୁ ଫେରିଛନ୍ତି ଶାରଦା । ନବୀନଙ୍କ ଟିମରେ ସାମିଲ ହେବା ପରେ ଶାରଦା କହିଛନ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଆସ୍ଥା ଓ ବିଶ୍ୱାସ ହେଉଛି ବଡ କଥା । ମୁଖ୍ୟମନ୍ତ୍ରୀ ଯାହା ବିଭାଗ ଦେବେ ତାହାର ଦାୟିତ୍ୱ ତୁଲାଇବି । ସରକାରଙ୍କ କାମ କିଭଳି ଲୋକଙ୍କ ପାଖରେ ପହଞ୍ଚିପାରିବ ସେ ଦିଗରେ କାମ କରିବି । ଶେଷ ନିଶ୍ୱାସ ପର୍ଯ୍ୟନ୍ତ କାମ କରିବି । ସୁନ୍ଦରଗଡ ବିକାଶର ନେତୃତ୍ୱ ନେଇଛନ୍ତି ନବୀନ ପଟ୍ଟନାୟକ ।
ସେହିଭଳି ଦଳର ସଙ୍ଗଠନକୁ ନେଇ ଶାରଦା କହିଛନ୍ତି, ୨୦୨୪ରେ ବିଜେଡି ସୁନ୍ଦରଗଡରେ ଭଲ ପ୍ରଦର୍ଶନ କରିବ । ଗତ ପଞ୍ଚାୟତ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିଥିଲା । ସୁନ୍ଦରଗଡରେ ଆମର ଦଳ ସଙ୍ଗଠିତ ଓ ଶକ୍ତିଶାଳୀ ରହିଛି । ସେଠାରେ ଆମର ବିରୋଧୀ ନାହାନ୍ତି । ବିଜେଡି ଏବେ ବି ଅପ୍ରତିଦ୍ୱନ୍ଦ୍ୱୀ ଦଳ ହୋଇ ରହିଛି । ଦେଶରେ ଓଡ଼ିଶା ଏବେ ରୋଲମଡେଲ ସାଜିଛି । ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ସମ୍ଭବପର ହୋଇପାରିଛି ।
ଶାରଦା ନାୟକଙ୍କ ରାଜନୈତିକ କ୍ୟାରିୟର
ରାଉରକେଲାରୁ ବିଧାୟକ ଅଛନ୍ତି
ବିଜେଡି ଟିକେଟରେ ୩ ଥର ବିଧାୟକ ହୋଇଛନ୍ତି
୨୦୦୪, ୨୦୦୯, ୨୦୧୯ରେ ରାଉରକେଲାରୁ ବିଧାୟକ ଭାବେ ନିର୍ବାଚିତ
୨୦୦୯ : ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି