ରିଲିଜ ହେଲା ସରବଜିତର ଟ୍ରେଲର

28

ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ ସରବଜିତର ଟ୍ରେଲର ରିଲିଜ ହୋଇଛି । ଭାରତର ଜଣେ ଚାଷୀକୁ ଆତଙ୍କବାଦୀ ବୋଲି ଦୀର୍ଘ ଦିନ ଧରି ଜେଲରେ ରଖିଥିଲା ପାକିସ୍ତାନ । ପରେ ତାକୁ ଦେଶୀ ସାବ୍ୟସ୍ତ କରି ଫାଶୀ ଖୁଂଟରେ ଝୁଲାଇ ଦେଇଥିଲା । ଏହି ଫିଲ୍ମରେ ଶରବଜିତ୍ଙ୍କ ଭଉଣୀ ଦଲବିରଙ୍କ ସଂଘର୍ଷର କାହାଣୀକୁ ବର୍ଣ୍ଣନା କରାଯାଇଛି । ଫିଲ୍ମର ସରବଜିତ୍ ଭୂମିକାରେ ରଣଦୀପ ହୁଡା ଅଭିନୟ କରୁଥିବା ବେଳେ ଦଲବିର ଭୂମିକାରେ ଐଶ୍ୱର୍ଯ୍ୟା ରାୟ ବଚନ ଅଭିନୟ କରୁଛନ୍ତି । ଟ୍ରେଲରରେ ମଧ୍ୟ ଦଲବିରଙ୍କ ସଂଘର୍ଷ ଓ ସରବଜିତ୍ଙ୍କ ଯନ୍ତ୍ରଣାର କାହାଣୀର ଝଲକ ମିଳୁଛି ।