ଆଜିକାଲି ଭାରି ବ୍ୟସ୍ତ ସାରା । ହେଲେ କ’ଣ ପାଇଁ?

173

କନକ ବ୍ୟୁରୋ: ସୈଫ୍ ଅଲ୍ଲି ଖାନଙ୍କ ଝିଅ ତଥା ଅଭିନେତ୍ରୀ ସାରା ଅଲ୍ଲି ଖାନ୍ ଏବେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କାମରେ ବ୍ୟସ୍ତ । ଆଜିକାଲି ଗୁରୁ ଖୋଜିବାରେ ବ୍ୟସ୍ତ ସାରା । ହେଲେ କାରଣ କ’ଣ ଜାଣନ୍ତି?

ଅସଲ କଥା ହେଲା ନିକଟରେ କମେଡି ଆଧାରିତ ଏକ ମଜାଦାର ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି ସାରା । ତେଣୁ ଏ ବାବଦରେ କିଛି ଶିଖିବାକୁ ମନ ବଳାଉଛନ୍ତି ସାରା । ସେଥିପାଇଁ ଏବେ ପ୍ରତିଦିନ କମେଡି ଫିଲ୍ମ ଦେଖୁଛନ୍ତି । ତା’ ସହ ଏପରି ଜଣେ ଅଭିଜ୍ଞ ବ୍ୟକ୍ତିଙ୍କ ସନ୍ଧାନରେ ଅଛନ୍ତି ଯିଏ, ଯିଏ ତାଙ୍କୁ କମେଡି ଅଭିନୟ ବିଷୟରେ ଯଥେଷ୍ଟ ଜ୍ଞାନ ଦେଇପାରିବେ । ଏନେଇ ଏକ ସାକ୍ଷାତକାରରେ ସାରା କହିଛନ୍ତି ‘ ମୋତେ ଏକ କମେଡି ଫିଲ୍ମରେ ଆକ୍ଟିଂ କରିବାକୁ ସୁଯୋଗ ମିଳିଛି । ହେଲେ ଏହି ଭୂମିକାକୁ ମୁଁ ନିଖୁଣ ଭାବେ ତୁଲାଇ ପାରିବି କି ନାହିଁ ସେ ନେଇ ଦ୍ୱନ୍ଦ୍ୱ୍ୱରେ ଅଛି । କେବଳ ଏତିକି ନୁହେଁ ଏପରି ଜଣେ ଗୁରୁଙ୍କୁ ଖୋଜୁଛି ଯିଏ ମୋତେ କମେଡି ଭଲ ଭାବେ ଶିଖାଇପାରିବେ’ ।ତେବେ ଆଜିକାଲି କମେଡି ମାୟାରେ ପଡିଥିବା ସାରା ଏପରି ଏକ ଫିଲ୍ମରେ କେତେ ସଫଳ ହେବେ ତା’ ଉପରେ ପ୍ରଶଂସକଙ୍କ ନଜର ।