ବଲିଉଡର ଡ୍ରଗ୍ସ ଲିଙ୍କ୍ ମାମଲା । ଏନସିବି ସମନ ପରେ ଗୋଆରୁ ମୁମ୍ବାଇ ଫେରିଲେ ସାରା ଅଲ୍ଲୀ ଖାନ । ଦୀପିକା ପାଦୁକୋନ ବି ଆସୁଛନ୍ତି ମାୟାନଗରୀ

183

କନକ ବ୍ୟୁରୋ : ବଲିଉଡ୍ ଡ୍ରଗ୍ସ ଲିଙ୍କ୍ ମାମଲା । ଏନସିବିର ସମନ ପାଇବା ପରେ ଆଜି ଗୋଆରୁ ମୁମ୍ବାଇ ଫେରି ଆସିଛନ୍ତି ସାରା ଅଲ୍ଲୀ ଖାନ । ସେପ୍ଟେମ୍ବର ୨୬ ତାରିଖରେ ସାରା ଅଲ୍ଲିଖାନ୍ ଏବଂ ଶ୍ରଦ୍ଧା କପୁରଙ୍କୁ ହାଜର ହେବା ପାଇଁ ସମନ୍ କରାଯାଇଛି । ସାରା ଗୋଆରେ ରହିଥିବା ସମୟରେ ଏନସିବି ପକ୍ଷରୁ ସମନ ପାଇଥିଲେ । ଏହାପରେ ଆଜି ସେ ଗୋଆରୁ ବିମାନ ଯୋଗେ ମୁମ୍ବାଇ ଫେରି ଆସିଛନ୍ତି ।

ସେହିପରି ଗୋଆରୁ ବାହାରି ମୁମ୍ବାଇ ଅଭିମୁଖେ ଆସୁଛନ୍ତି ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ । ଆସନ୍ତାକାଲି ଏନସିବିରେ ସେ ହାଜର ହେବେ । ଅନ୍ୟପଟେ ଅ।।ଜି ଫ୍ୟାସନ ଡିଜାଇନର ସିମନ୍ ଖଂବାଟା ହାଜର ହୋଇଥିବା ବେଳେ ଏନସିବି ଅଧିକାରୀମାନେ ଦୀର୍ଘ ୪ ଘଂଟାର ପଚରା ଉଚରା କରିଛନ୍ତି ।

ସୁଶାନ୍ତ ସିଂ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତୀଙ୍କ ବୟାନ ପରେ ବଲିଉଡ୍ର ଡ୍ରଗ୍ସ ଲିଙ୍କ ଘଟଣା ସାମ୍ନାକୁ ଆସିଥିଲା । ଏତିକି ବେଳେ ରିୟାଙ୍କ ଏକ ମୋବାଇଲ୍ ଚାଟ୍ରୁ ସାମ୍ନାକୁ ଆସିଥିଲା ସିମନ୍ ଖଂବାଟାଙ୍କ ନାଁ । ରାଜଧାନୀରେ ଭଲ ଗଂଜେଇ ମିଳେ ବୋଲି ଏହି ଚାଟ୍ କରିଥିବା ଜଣାପଡିଥିଲା । ସିମନ୍ ଖଂବାଟାଙ୍କ ଜରିଆରେ ରିୟା ଏହାକୁ ଭୁବନେଶ୍ୱରରୁ ମଗାଉଥିବା କଥା ସାମ୍ନାକୁ ଆସିଥିଲା ।

ଏନେଇ ଆଜି ସିମନ୍ ଖଂବାଟା ଏନସିବି ଅଧିକାରୀ ଗୁଡେଇ ତୁଡେଇ ୪ ଘଂଟା ପଚରା ଉଚରା କରିଛନ୍ତି । ସେହିପରି ସାଉଥ ସୁପରଷ୍ଟାର ରକୁଲପ୍ରୀତ ସିଂଙ୍କ ମୁମ୍ବାଇ ସ୍ଥିତ ବାସଭନରେ ପହଂଚିଛନ୍ତି ଏନସିବି ଅଧିକାରୀ । ବଡ଼ କଥା ହେଉଛି ବଲିଉଡ ଡ୍ରଗ୍ସ କନକ୍ସେନ୍ ମାମଲାରେ ବର୍ତମାନ ସୁଦ୍ଧା ୧୮ ଜଣଙ୍କୁ ଗିରଫ କରାଯାଇଛି । ଏପଟେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସମେତ ୫୦ ଜଣ ସେଲିବ୍ରେଟିଙ୍କୁ ନୋଟିସ କରିଛି ଏନସିବି ।