ବାହାଘରରେ ସପ୍ତପଦି ବା ୭ ଫେରା ନିହାତି ଜରୁରୀ, ନହେଲେ ବାହାଘର ବୈଧ ନୁହେଁ: ଆହ୍ଲାବାଦ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ।
କନକ ବ୍ୟୁରୋ: ଏଭଳି ନିଷ୍ପତ୍ତି ଶୁଣାଇଛନ୍ତି ହାଇଦ୍ରାବାଦ୍ ଫ୍ୟାମିଲି କୋର୍ଟ । ଏକ ଛାଡପତ୍ର ମାମଲାର ଶୁଣାଣି କରି କୋର୍ଟ ଏପରି ନିଷ୍ପତ୍ତି ଶୁଣାଇଛନ୍ତି । ଛାଡ଼ପତ୍ର ନ ଦେଇ ଅଲଗା ରହୁଥିବା ସ୍ତ୍ରୀ ଅନ୍ୟତ୍ର ବିବାହ କରିଥିବା ଅଭିଯୋଗ କରି ବ୍ୟକ୍ତି ଜଣକ ମାମଲା ଦାଏର କରିଥିଲେ ଯାହାକୁ କୋର୍ଟ ଖାରଜ କରିଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁସାରେ, ୨୦୧୭ରେ ଉତ୍ତର ପ୍ରଦେଶର ମିର୍ଜାପୁରରେ ସ୍ମୃତି ସିଂହ ଓ ସତ୍ୟମ୍ ସିଂହଙ୍କ ବିବାହ ହୋଇଥିଲା। କିନ୍ତୁ, କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ହେବାରୁ ସ୍ମୃତି ଶାଶୂଘର ଛାଡ଼ି ଚାଲିଯିବା ସହ ସ୍ୱାମୀଙ୍କ ବିରୋଧରେ ଯୌତୁକ ନିର୍ୟାତନା ନେଇ ‘ଏଫ୍ଆଇଆର୍’ ଦେଇଥିଲେ। ତଦନ୍ତ କରି ପୁଲିସ ତାଙ୍କ ସ୍ୱାମୀ ସତ୍ୟମ୍ ଓ ଓଲଟା ସ୍ମୃତିଙ୍କ ନାଁରେ ମାମଲା ରୁଜୁ କରିଥିଲେ । ସ୍ମୃତି ଅନ୍ୟଜଣକୁ ବିବାହ କରିଛନ୍ତି ବୋଲି ସତ୍ୟମ୍ ଉଚ୍ଚ ପୁଲିସ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ସହ ମାମଲା ଦାଏର କରିଥିଲେ। କିନ୍ତୁ ତଦନ୍ତ ପରେ ଏହା ମିଛ ବୋଲି ମିର୍ଜାପୁର ସଦର ପୁଲିସ ଅଧିକାରୀ ରିପୋର୍ଟ ଦେଇଥିଲେ ।
ପରେ ମାମଲା କୋର୍ଟରେ ପହଞ୍ଚିବାରୁ ୨୦୨୧ ଜାନୁଆରିରେ ମିର୍ଜାପୁର ଫ୍ୟାମିଲି କୋର୍ଟ ସ୍ମୃତି ଅନ୍ୟତ୍ର ବିବାହ କରିନାହାଁନ୍ତି ବରଂ ଅନ୍ୟତ୍ର ବିବାହ କରିବା ଯାଏଁ ତାଙ୍କ ଭରଣପୋଷଣ ବାବଦରେ ମାସିକ ୪୦୦୦ ଟଙ୍କା ଦେବା ପାଇଁ ସତ୍ୟମ୍ଙ୍କୁ ନିର୍ଦ୍ଦେଶ ଦେଇଥିଲେ।
କିନ୍ତୁ, ସ୍ମୃତି ପୁନର୍ବିବାହ କରିସାରିଛନ୍ତି ବୋଲି ଅଭିଯୋଗ ନେଇ ସତ୍ୟମ୍ ପୁଣି ଆହ୍ଲାବାଦ ହାଇକୋର୍ଟ ଅଦାଲତରେ ଅଭିଯୋଗ ଫାଇଲ୍ କରିଥିଲେ। ଅଭିଯୋଗ ଆଧାରରେ ମାଜିଷ୍ଟ୍ରେଟ୍ ସ୍ମୃତିଙ୍କୁ ସମନ୍ ଜାରି କରିବା ପରେ ସେ ହାଇକୋର୍ଟରେ ପିଟିସନ୍ ଦାଏର କରିଥିଲେ।
ସ୍ମୃତି ସିଂହ ଫାଇଲ୍ କରିଥିବା ପିଟିସନ୍ର ଶୁଣାଣି ପାଇଁ ଅନୁମତି ଦେଇ ସେପ୍ଟେମ୍ବର ୧୯ ତାରିଖ ଦିନ ବିଚାରପତି ସଞ୍ଜୟ କୁମାର ସିଂହ କହିଲେ, ବିବାହ ‘ସମ୍ପନ୍ନ’ ଅର୍ଥ ନିର୍ଦ୍ଧାରିତ ରୀତିନୀତିରେ ବିବାହ କରାଯିବା। ନିର୍ଦ୍ଧାରିତ ରୀତିନୀତି ଓ ପଦ୍ଧତ୍ତିରେ ଅନୁଷ୍ଠିତ ବିବାହକୁ ‘ବିବାହ ସମ୍ପନ୍ନ’ ହୋଇଛି ବୋଲି କୁହାଯାଇ ପାରିବ ନାହିଁ। ବିବାହ ଯଦି ରୀତିନୀତି ଅନୁସାରେ ହୋଇନାହିଁ, ଆଇନ ଦୃଷ୍ଟିରେ ମଧ୍ୟ ତାହା ବିବାହ ନୁହେଁ। ହିନ୍ଦୁ ରୀତି ଅନୁସାରେ, ବିବାହର ବୈଧ୍ୟତା ପାଇଁ ‘ସପ୍ତପଦୀ’ (ହୋମ ଅଗ୍ନି ଚାରିପଟେ ସାତ ଘେରା ବୁଲିବା) ହେଉଛି ଅତ୍ୟାବଶ୍ୟକ ରୀତିଗୁଡ଼ିକରୁ ଗୋଟିଏ।
ଅଧିନିୟମ ୧୯୫୫ର ଧାରା ୫ ମୁତାବକ, କୌଣସି ହିନ୍ଦୁ ବିବାହ ପୁରା ରୀତି ନୀତିରେ ହେବା ଉଚିତ । ଏଥିରେ ସପ୍ତପତି ହେବା ନିହାତି ଜରୁରୀ । ଏପରି ବିବାହକୁ ପୂର୍ଣ୍ଣ ବୋଲି ଧରାଯିବ । ଏହା ବିନା କୌଣସି ବିବାହ ବୈଧ ନୁହେଁ । ଏହି ଦୃଷ୍ଟିରୁ ସ୍ମୃତି ବିବାହ କରିନାହାଁନ୍ତି । ତେଣୁ ତାଙ୍କ ସ୍ୱାମୀ ଆଣିଥିବା ଅଭିଯୋଗ ଭିତ୍ତିହୀନ । ବରଂ ସ୍ମୃତିଙ୍କ ଭରଣପୋଷଣ ପାଇଁ ସତ୍ୟମଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।