କନକ ବ୍ୟୁରୋ : କଂଗ୍ରେସରେ ଯୋଗ ଦେବେ ନାହିଁ ହରିଆଣାର ଲୋକପ୍ରିୟ ଗାୟିକା ଓ ଡାନ୍ସର ସପନା ଚୌଧୁରୀ । ପୂର୍ବରୁ ସପନା କଂଗ୍ରେସରେ ଯୋଗ ଦେବେ ବୋଲି କୁହାଯାଉଥିଲା । ତେବେ ସମସ୍ତ ପ୍ରକାର ଚର୍ଚ୍ଚାରେ ଅନ୍ତ ଘଟାଇ ସେ କଂଗ୍ରେସରେ ଯୋଗ ଦେଉନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି । ଏକାଧିକ ମ୍ୟୁଜିକ୍ ଆଲବମ୍ ଜରିଆରେ ସପନା ଚୌଧୁରୀ ଉତ୍ତର ଭାରତ ଖାସ୍ କରି ହରିଆଣାରେ ଖୁବ ଲୋକପ୍ରିୟ ।

Advertisment

ସେହିପରି ବିଗ୍ ବସ୍ ଜରିଆରେ ସାରା ଦେଶରେ ପରିଚୟ ହାସଲ କରିଥିବା ସପନା କଂଗ୍ରେସରେ ଯୋଗ ଦେବା ନେଇ ଗତକାଲି ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏପରିକି ସେ କଂଗ୍ରେସ ଟିକଟରେ ଲୋକସଭା ନିର୍ବାଚନ ଲଢ଼ିବା ନେଇ ମଧ୍ୟ କୁହାଯାଉଥିଲା । ତେବେ ସପନା କଂଗ୍ରେସରେ ଯୋଗ ଦେଉନଥିବା ଆଜି ସ୍ପଷ୍ଟ କରିଛନ୍ତି ।