ବୁଲା ଗାଈଗୋରୁଙ୍କ ସାଥୀ ବିଂଝାରପୁରର ସନ୍ତୋଷ ସାମଲ । ଗୋଶାଳା କରି ଅସୁସ୍ଥ ଗାଈ-ବାଛୁରୀ ଓ ଷଣ୍ଢଙ୍କୁ ରଖି କରୁଛନ୍ତି ସେବା ଶୁଶ୍ରୁସା

158

କନକ ବ୍ୟୁରୋ: ଯାଜପୁର ବିଞ୍ଝାରପୁର ବ୍ଲକ ଧରମପୁର ଗାଁରେ ଯୁବକ ସନ୍ତୋଷ ସାମଲ । ଗୁହାଳରେ ରହୁଛନ୍ତି, ସେଇଠି ଖିଆପିଆ ଓ ସୁଆବସା । ଗୋ-ସେବା ପାଇଁ ନିଜକୁ ଉତ୍ସର୍ଗ କରିଦେଇଥିବା ଯୁବକ ଜଣଙ୍କ କରିଛନ୍ତି ବାସୁଦେବ ଗୋଶାଳା । ଅସୁରକ୍ଷିକ ଓ ଅସୁସ୍ଥ ଅବସ୍ଥାରେ ପଡିଥିବା ଗାଇ-ବାଛୁରୀ ଓ ଷଣ୍ଢଙ୍କୁ ରଖି ସେବା ସୁଶ୍ରୁସା କରୁଛନ୍ତି । ନିଜ ଖର୍ଚ୍ଚରେ ଗୋ-ମାତାଙ୍କ ପାଇଁ ନଡା, ଦାନା କିଣୁଛନ୍ତି । ଆବଶ୍ୟକସ୍ଥଳେ ଅସୁସ୍ଥ ଗାଈ-ଗୋରୁଙ୍କ ପାଇଁ ଔଷଧ କିଣୁଛନ୍ତି ସନ୍ତୋଷ ।

  • ଗୋ-ସେବା ପାଇଁ ଉତ୍ସର୍ଗିକୃତ ଜୀବନ
  • ଗୋ-ମାତାଙ୍କ ସୁରକ୍ଷାରେ ଗୋ-ସେବକ ସନ୍ତୋଷ

ଗାଡି ଚାଳକ ଭାବେ କାମ କରି ପେଟ ପୋଷୁଥିଲେ । ହେଲେ ଏବେ ଗୋ-ସେବାରେ ଲାଗିଛନ୍ତି ସନ୍ତୋଷ । ଗାଁ ଗାଁ ବୁଲି ଗାଈ ଓ ଷଣ୍ଢଙ୍କ ସେବା କରୁଥିଲେ । ଏବେ ନିଜ ଘର ପାଖରେ ବାସୁଦେବ ଗୋ-ଶାଳା କରି ୪୦ ଗାଈ-ବାଛୁରୀଙ୍କୁ ସେବା କରୁଛନ୍ତି । ପ୍ରଶାସନିକ ସହାୟତା ମିଳିଲେ ଏହି ସଂଖ୍ୟା ୧ ହଜାରରୁ ଦେଢ ହଜାର ହୋଇପାରିବ ବୋଲି ଗୋ-ସେବକ ସନ୍ତୋଷ କହିଛନ୍ତି ।

ସନ୍ତୋଷଙ୍କ ସମର୍ପଣ ଭାବ ଦେଖି ଅନେକ ଲୋକ ତାଙ୍କୁ ସହାୟତା ଯୋଗାଇ ଦେଉଛନ୍ତି । ଯାଜପୁର ସହର ଓ ଏହାର ଆଖପାଖ ଅଞ୍ଚଳରେ ସରକାରୀ ଗୋଶାଳାଟିଏ ନାହଁ । ତେଣୁ ଅନେକ ସମୟରେ ବୁଲା ଗାଈ-ଗୋରୁ ଅସୁସ୍ଥ ଅବସ୍ଥାରେ ବଲୁଥିଲେ । ଏବେ ସେମାନଙ୍କ ସାହାରା ପାଲଟିଛି ବାସୁଦେବ ଗୋ-ଶାଳା ।