କନକ ବ୍ୟୁରୋ : ଝାରସୁଗୁଡା ଉପ-ନିର୍ବାଚନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ଅଣ୍ଟା ଭିଡ଼ିଥିବା ବେଳେ କଂଗ୍ରେସ ବେଶ ଆଶାବାଦୀ ରହିଛି । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ଝାରସୁଗୁଡାବାସୀ ସ୍ଥାନୀୟ ପ୍ରାର୍ଥୀଙ୍କୁ ଅଧିକ ପସନ୍ଦ କରୁଛନ୍ତି । ଦଳ ଏଠାରେ ବୀରେନ୍ଦ୍ର ପାଣ୍ଡେଙ୍କ ପ୍ରୁଅକୁ ଟିକେଟ ଦେଇଛି । ତରୁଣ ପାଣ୍ଡେ ସ୍ଥାନୀୟ ବ୍ୟକ୍ତି । ବିଜେଡି ଓ ବିଜେପିର ପ୍ରାର୍ଥୀ ଝାରସୁଗୁଡା ବାସିନ୍ଦା ନୁହନ୍ତି । ତରୁଣ ସ୍ଥାନୀୟ ବାସିନ୍ଦା ହୋଇଥିବାରୁ ସାଧାରଣ ଲୋକେ କଂଗ୍ରେସକୁ ଭୋଟ ଦେବାକୁ ପସନ୍ଦ କରିବେ ।
ବିଜେଡି ସର୍ବଦା ଧନବଳ, ବାହୁବଳ, ସରକାରୀ କଳ ଲଗାଇ ନିର୍ବାଚନରେ ବିଜୟୀ ହେବାକୁ ଚେଷ୍ଟା କରେ । ମନ୍ତ୍ରୀ ନବ ଦାସଙ୍କ ହତ୍ୟା ହେଲା, ଜଣେ ୧୫ ବର୍ଷୀୟ ଯୁବକଙ୍କୁ ହତ୍ୟା କରାଗଲା । ଏହା ଫଳରେ ଝାରସୁଗୁଡା ଅଶାନ୍ତ ହୋଇଯାଇଛି । କଂଗ୍ରେସ ଦଳ ବିଜୟୀ ହେଲେ ହିଁ ଝାରସୁଗୁଡାରେ ଶାନ୍ତି ଫେରି ପାରିବ ବୋଲି କହିଛନ୍ତି ସନ୍ତୋଷ ।
କଂଗ୍ରେସ କମିଟି ଗଠନ ହେବା ପ୍ରସଙ୍ଗରେ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ଦଳର ସମସ୍ତଙ୍କର ନା ସବୁ କମିଟିରେ ରହିବା କଷ୍ଟ । ତେଣୁ ଏହି କମିଟିରେ ମଧ୍ୟ କିଛି ପୂର୍ବତନ ବିଧାୟକଙ୍କ ଓ ନେତାଙ୍କ ନା ଯୋଡି ହେବାର ସମ୍ଭାବନା ରହିଛି । ରାଜ୍ୟରେ କଂଗ୍ରେସ ଦଳକୁ ମଜବୁତ କରିବାକୁ କଂଗ୍ରେସ କମିଟି ସାହାଯ୍ୟ କରିବ । ଏହାସହ ସନ୍ତୋଷ କହିଛନ୍ତି, ରାଜନୀତିରେ ବିଜୟ ପଟ୍ଟନାୟକ ନୂଆ ହୋଇଥିଲେ ମଧ୍ୟ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି । ତାଙ୍କର ଅଭିଜ୍ଞତା ବଳରେ କଂଗ୍ରେସ ଆଗାମୀ ଦିନରେ ବେଶ ଭଲ ପ୍ରଦର୍ଶନ କରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/04/26-19.jpg)