ନବ ଦାସଙ୍କ ହତ୍ୟାକୁ ନେଇ ସନ୍ତୋଷଙ୍କ ସାଂଘାତିକ ବୟାନ । କହିଲେ, ହତ୍ୟା ପଛରେ ତାଙ୍କ ଦଳରୁ ଥାଇପାରନ୍ତି ଶତ୍ରୁ ।

ନବ ଦାସଙ୍କ ହତ୍ୟାକୁ ନେଇ ସନ୍ତୋଷଙ୍କ ସାଂଘାତିକ ବୟାନ । କହିଲେ, ହତ୍ୟା ପଛରେ ତାଙ୍କ ଦଳରୁ ଥାଇପାରନ୍ତି ଶତ୍ରୁ  ।

କନକ ବ୍ୟୁରୋ : ନବ ଦାସଙ୍କ ହତ୍ୟାକାଣ୍ଡ ପଛରେ ରହିଛି ବଡ଼ ଷଡ଼ଯନ୍ତ୍ର । ଶତ୍ରୁ ତାଙ୍କ ନିଜ ଦଳରୁ ହୋଇଥାଇପାରନ୍ତି । ସମସ୍ତଙ୍କୁ ସନ୍ଦେହ ଅଛି ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ କେବଳ କାଗଜ କଲମରେ ହୋଇଯିବ । ଏହି ହତ୍ୟାକାଣ୍ଡରେ ବଡ଼ ବଡ଼ ଲୋକଙ୍କର ସମ୍ପୃକ୍ତି ଥିବାରୁ ପ୍ରକୃତ ହତ୍ୟାକାରୀକୁ ସରକାର ଧରିବେ ନା ନାହିଁ ତାହା ସବୁଠୁ ବଡ ପ୍ରଶ୍ନ ।କିଛି ଏଭଳି କହି ରାଜ୍ୟ ସରକାର ଓ ବିଜେଡିକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟନ ସନ୍ତୋଷ ସିଂ ସାଲୁଜା ।

ସନ୍ତୋଷ ସିଂ ସାଲୁଜା କହିଛନ୍ତି, ନବ ଦାସଙ୍କ ହତ୍ୟା ଏକ ହାଇ ପ୍ରୋଫାଇଲ୍ ହତ୍ୟାକାଣ୍ଡ। ଷଡ଼ଯନ୍ତ୍ର କରାଯାଇ ହତ୍ୟା କରାଯାଇଛି। ରାଜନୈତିକ ଓ ବ୍ୟବସାୟିକ କାରଣ ଥାଇ ପାରେ। ନିଜ ଦଳର ବି ଶତ୍ରୁ ହୋଇପାରନ୍ତି। ବିଭିନ୍ନ ଦିଗକୁ ନେଇ ତଦନ୍ତ କରିବାକୁ ହାଇକୋର୍ଟ ତତ୍ତ୍ଵାବଧାନରେ ଏସ ଆଇ ଟି ତଦନ୍ତ ଦାବି କରିଥିଲେ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ସରକାର। ଖାକି ତଦନ୍ତ ଖାକି କରୁଛି। ଏହାର ତଦନ୍ତ କାଗଜ କଲମରେ ରହିବ। ପ୍ରକୃତ ଦୋଷୀଙ୍କୁ ଧରି ପାରିବେନି ସରକାର। ବଡ ଲୋକ ସଂପୃକ୍ତ ଅଛନ୍ତି, ବଡ ଷଡ଼ଯନ୍ତ୍ର ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe