ମମିତାଙ୍କ ମୃତ୍ୟୁ ମାମଲାରେ ପୁଣି ମନ୍ତ୍ରୀଙ୍କୁ ଘେରିଲେ କଂଗ୍ରେସ ନେତା । କହିଲେ, ପୋଲିସ ଚାପରେ ସ୍ୱର ବଦଳାଉଛନ୍ତି ମମିତାଙ୍କ ପରିବାର ।

120

କନକ ବ୍ୟୁରୋ : ପୁଲିସ ଚାପରେ ମମିତା ମେହେରଙ୍କ ପରିବାର ସ୍ୱର ବଦଳାଉଛନ୍ତି ବୋଲି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଅଭଯୋଗ କରିଛନ୍ତି । ସେ କହିଛନ୍ତି, ପ୍ରଥମ ଦିନରୁ ହିଁ ମମିତା ମେହେରଙ୍କ ପରିବାର ଉପରେ ଚାପ ପକାଯାଉଛି । ସେମାନେ ନିଜ ଜୀବନକୁ ନେଇ ଭୟଭୀତ ଅଛନ୍ତି ।

ମମିତା ହତ୍ୟାକାଣ୍ଡ ଘଟଣାକୁ ଗୋଟିଏ ମାସ ପୁରିବାକୁ ବସିଲାଣି, ହେଲେ ଏପର୍ଯ୍ୟନ୍ତ ପୁଲିସ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତଦନ୍ତ ପରିସରଭୁକ୍ତ କରିଲା ନାହିଁ । ଅପରାଧୀ ଯେତେ ଚାଲାକ ହେଲେ ବି ସୁରାକ ଛାଡ଼ି କି ଯାଏ । ଏବେ ବି ରାୟପୁରରେ କିଛି ରାଜ୍ ରହିଛି । ପେନଡ୍ରାଇଭରେ ବହୁ ତଥ୍ୟ ଲୁଚି ରହିଛି । ମମିତା ଏବେ ସାରା ଓଡ଼ିଶାର ଝିଅ । ତାଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ ।

ବିଜୁ ସ୍ୱାସ୍ଥ୍ୟ କାର୍ଡ ବାଣ୍ଟିବା ଠାରୁ ମମିତାଙ୍କୁ ନ୍ୟାୟ ଦେବା ଅଧିକ ଜରୁରୀ ବୋଲି କହିବା ସହ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ ଜୋରଦାର ବିରୋଧ କରାଯିବ ବୋଲି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ସୂଚନା ଦେଇଛନ୍ତି ।