ଟିକେଟ ଫେରାଇ କଂଗ୍ରେସ ଛାଡିପାରନ୍ତି ସନ୍ତୋଷ ସିଂ ସାଲୁଜା ! କଣ୍ଟାବାଞ୍ଝି ଆସନରୁ ବିଜେଡି ଟିକେଟରେ ଲଢିବା ନେଇ ଚର୍ଚ୍ଚା ।

1,644

କନକ ବ୍ୟୁରୋ : କଂଗ୍ରେସ ଛାଡ଼ିପାରନ୍ତି ବିଧାୟକ ସନ୍ତୋଷ ସିଂ ସାଲୁଜା । ବଲାଙ୍ଗୀର ରାଜନୀତିରେ ହୋଇପାରେ ବଡଧରଣର ଓଲଟପାଲଟ । ଗୋଟିଏ ପଟେ ସାଲୁଜା କଂଗ୍ରେସ ଛାଡିବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ଅନ୍ୟପଟେ କଣ୍ଟାବାଞ୍ଝିରୁ ସାଲୁଜାଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ଟିକେଟ ମିଳିଥିଲେ ମଧ୍ୟ ଏହାକୁ ଫେରାଇବା ସହ କଂଗ୍ରେସରେ ସାଲୁଜା ଇସ୍ତଫା ଦେଇପାରନ୍ତି ।

କଣ୍ଟାବାଞ୍ଝି ବିଧାନସଭା ପାଇଁ ବିଜେଡି ଏବେ ପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନାହିଁ । ବିଜେଡିରେ ସାଲୁଜା ମିଶିବା ପରେ ଟିକେଟ ନେଇ କଣ୍ଟାବାଞ୍ଝିରୁ ଲଢିବେ ବୋଲି ଚର୍ଚ୍ଚା ଜୋର ଧରିଛି । ଘନିଷ୍ଠ ସହଯୋଗୀଙ୍କ ସହ ଆଲୋଚନା କରି ଦଳ ବଦଳ ନିଷ୍ପତି ନେଇପାରନ୍ତି ସନ୍ତୋଷ ସିଂ ସାଲୁଜା । ଏପରିକି ପୂର୍ବରୁ କଂଗ୍ରେସରେ ଥିବା ଅଧିରାଜ ପାଣିଗ୍ରାହୀଙ୍କ ସହ ଆଲୋଚନା କରିଥିବା କୁହାଯାଉଛି । ନିକଟରେ କଂଗ୍ରେସ ଛାଡ଼ିଥିବା ଅଧିରାଜ ପାଣିଗ୍ରାହୀଙ୍କୁ ଖରିଆରରୁ ପ୍ରାର୍ଥୀ କରିଛି ବିଜେଡି ।