ମନ୍ତ୍ରୀଙ୍କ ଜବାବ ପରେ ପାଲଟା ପ୍ରଶ୍ନ କଲେ ସନ୍ତୋଷ ସିଂ ସାଲୁଜା : କଂଗ୍ରେସ ବିଧାୟକ କହିଲେ, ମମିତା ପ୍ରସଙ୍ଗରେ ପ୍ରଥମରୁ ହିଁ ଭ୍ରମିତ କରିଆସୁଛନ୍ତି ମନ୍ତ୍ରୀ

କଂଟାବାଂଜିରୁ ରାୟପୁର ମାତ୍ର ୩ଘଂଟାର ରାସ୍ତା, ସହଜରେ ଯାଇ ଫେରିହେବ

147

କନକ ବ୍ୟୁରୋ : ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶଙ୍କ ଜବାବ ପରେ ପାଲଟା ପ୍ରଶ୍ନ କରିଛନ୍ତି ସନ୍ତୋଷ ସିଂ ସାଲୁଜା । କଂଗ୍ରେସ ବିଧାୟକ କହିଛନ୍ତି, ମମିତା ପ୍ରସଙ୍ଗରେ ପ୍ରଥମରୁ ହିଁ ଭ୍ରମିତ କରିଆସୁଛନ୍ତି ମନ୍ତ୍ରୀ । କଂଟାବାଂଜିରୁ ରାୟପୁର ମାତ୍ର ୩ଘଂଟାର ରାସ୍ତା, ଜଣେ ସହଜରେ ଯାଇ ଫେରି ଆସିପାରିବ ।

ତେବେ ୪ଦିନ ମନ୍ତ୍ରୀ ରାୟପୁର ଯାଇଛନ୍ତି ନାଁ ନାହିଁ ସେ ବାବଦରେ ଜଣାଇ ନଥିବା କହିଛନ୍ତି ସାଲୁଜା । ମନ୍ତ୍ରୀ ନିଜକୁ ସ୍ୱଚ୍ଛ ପ୍ରମାଣ କରିବାକୁ ହେଲେ ନିଜ ମୋବାଇଲକୁ ପୋଲିସ ଜିମା ଦିଅନ୍ତୁ ବୋଲି ଆହ୍ୱାନ କରିଛନ୍ତି କଂଗ୍ରେସ ବିଧାୟକ । ମନ୍ତ୍ରୀ, ମମିତା ଓ ଗୋବିନ୍ଦ ସାହୁର କଲ ରେକର୍ଡକୁ ମେଳ କଲେ ପ୍ରକୃତ ସତ ପଦାକୁ ଆସିପାରିବ ବୋଲି ସେ କହିଛନ୍ତି ।