ସମ୍ବିତ ପାତ୍ର ହେଲେ ସାହା: ସୁରଟରୁ ଆସିଲା ସନ୍ତୋଷଙ୍କ ଶବ

Advertisment
ସମ୍ବିତ ପାତ୍ର ହେଲେ ସାହା: ସୁରଟରୁ ଆସିଲା ସନ୍ତୋଷଙ୍କ ଶବ

କନକ ବ୍ୟୁରୋ: ଗତ ୫ ତାରିଖ ଗୁଜୁରାଟର ସୁରଟରେ ସତ୍ୟବାଦୀ ବିଧାନସଭା ଅନ୍ତର୍ଗତ ଚୁପରିଙ୍ଗି ପଞ୍ଚାୟତର ଚୁପରିଙ୍ଗି ଗ୍ରାମର ସନ୍ତୋଷ ବଳିଆରସିଂହ ଶାରୀରିକ ଅସୁସ୍ଥତା ଯୋଗୁଁ ଦେହାନ୍ତ ହୋଇଯାଇଥିଲା । କିନ୍ତୁ ଆର୍ଥିକ ଦୂରାବସ୍ଥା କାରଣରୁ ତାଙ୍କ ପରିବାର ଆମ୍ବୁଲାନ୍ସର ଦେୟ ଦେବା ପାଇଁ ଅସମର୍ଥ ଥିବା କାରଣରୁ ତାଙ୍କ ଶବ ତାଙ୍କ ପରିବାର ଜନ ପାଖରେ ସତ୍ୟବାଦୀରେ ପହଞ୍ଚି ପାରୁନଥିଲା । ସନ୍ତୋଷ ବଳିୟାରସିଂହଙ୍କ ପରିବାରର ଏଭଳି କଠିନ ପରିସ୍ଥିତି ବିଷୟରେ ସତ୍ୟବାଦୀର ସ୍ଥାନୀୟ ଭାରତୀୟ ଜନତା ପାର୍ଟିର କାର୍ୟ୍ୟକର୍ତ୍ତାଙ୍କ ଦ୍ଵାରା ଖବର ପାଇବା ପରେ ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ନବସାରୀର ସାଂସଦ ସି.ଆର ପାଟିଲ ସହ ଯୋଗାଯୋଗ କରି ସନ୍ତୋଷଙ୍କ ମର ଶରୀର କିଭଳି ଭାବେ ସତ୍ୟବାଦୀର ତାଙ୍କ ବାସଭବନରେ ପହଂଚିବ ସେନେଇ ଆବଶ୍ୟକ ସମସ୍ତ ବ୍ୟବସ୍ଥା କରିଥିଲେ । ଆଜି ସନ୍ତୋଷଙ୍କ ମର ଶରୀର ସତ୍ୟବାଦୀରେ ତାଙ୍କ ପୈତୃକ ବାସଭବନରେ ପହଞ୍ଚିବା ପରେ ପରିବାର ଜନକୁ ସମବେଦନା ଜଣେଇଲେ ସମ୍ବିତ ପାତ୍ର ତଥା ସନ୍ତୋଷଙ୍କ ଅନ୍ତିମ ସଂସ୍କାରରେ ମଧ୍ୟ ଉପସ୍ଥିତ ଥିଲେ ସମ୍ବିତ ପାତ୍ର । ଏହି ବିଷୟ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ତଥା ଅଞ୍ଚଳର ସାଧାରଣ ଜନତା ସମ୍ବିତ ପାତ୍ରଙ୍କୁ ତାଙ୍କ ମହନୀୟ କାର୍ୟ୍ୟ ପାଇଁ ପ୍ରଶଂସା କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe