କନକ ବ୍ୟୁରୋ: ଗତବର୍ଷ ଲଦାଖର ଗଲୱାନ ଘାଟିରେ ସହିଦ ହୋଇଥିବା କର୍ଣ୍ଣେଲ ସନ୍ତୋଷ ବାବୁଙ୍କୁ ମିଳିବ ମହାବୀର ଚକ୍ର । ୭୨ ତମ ଗଣତନ୍ତ୍ର ଦିବସ ଅବସରରେ ତାଙ୍କୁ ମରଣୋତ୍ତର ଭାବେ ଏହି ସମ୍ମାନ ପ୍ରଦାନ କରାଯିବ । ତାଙ୍କ ସହ ଆଉ କିଛି ଯବାନଙ୍କୁ ମଧ୍ୟ ବିଭିନ୍ନ ସମ୍ମାନରେ ସମ୍ମାନିତ କରାଯିବ । ସେନାରେ ପରମବୀର ଚକ୍ର ପରେ ମହାବୀର ଚକ୍ରକୁ ସବୁଠୁ ବଡ ସମ୍ମାନ କୁହାଯାଏ । ଆଉ ଏହି ସମ୍ମାନ ଚଳିତ ବର୍ଷ କର୍ଣ୍ଣେଲ ସନ୍ତୋଷ ବାବୁଙ୍କୁ ମିଳିବାକୁ ଯାଉଛି ।
ଗତ ବର୍ଷ ଚୀନ ସୀମାରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଭିତରେ ଭାରତ- ଚୀନ ସେନା ମୁହାଁମୁହିଁ ହୋଇଥିଲେ । ଯେଉଁଥିରେ ଭାରତର ପ୍ରାୟ ୨୦ ଯବାନ ସହିଦ ହୋଇଥିଲେ । ସେମାନଙ୍କ ଭିତରେ ମୁଖ୍ୟ ଥିଲେ ସନ୍ତୋଷ କୁମାର । ସେ ହି ଁ ସେହି ଟିମର ନେତୃତ୍ୱ ନେଉଥିଲେ । ଚୀନ ସୈନିକ୍ୟଙ୍କ ସହ ମୁହାଁମୁହିଁ ହେଉଥିବାବେଳେ ସେ ବୀରଗତି ପ୍ରାପ୍ତ ହୋଇଥିଲେ । ଏବେ ତାଙ୍କୁ ସାଧାରଣତନ୍ତ୍ର ଦିବସରେ ମରଣୋତ୍ତର ଭାବେ ଏହି ସମ୍ମାନ ମିଳିବ ।
ଚୀନ ସହ ଏହି ସୀମା ବିବାଦ ଏବେ ବି ଅନ୍ତ ଘଟିନି । ଏବେ ବି ସୀମାରେ ସ୍ଥିତି ସରଗରମ ରହିଛି । ଦୁଇ ଦେଶ ଭିତରେ ବହୁ ବୈଠକ ବସିସାରିଥିବାବେଳେ ଏବେ ବି କୌଣସି ନିଷ୍କର୍ସ ବାହାରିପାରିନି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/01/Untitled-collage.jpg)