ସାରା ରାଜ୍ୟରେ ବଢୁଛି ତାପମାତ୍ରା ! ଏପ୍ରିଲ ୧ରୁ ଜିଲ୍ଲାରେ ଖୋଲିବ ଅଂଶୁଘାତ କଣ୍ଟ୍ରୋଲ ରୁମ, ନିଦ୍ଧିଷ୍ଟ ସ୍ଥାନରେ ରହିବ ଓଆରଏସ କର୍ଣ୍ଣର ଓ ଜଳଛତ୍ର

Advertisment
ସାରା ରାଜ୍ୟରେ ବଢୁଛି ତାପମାତ୍ରା ! ଏପ୍ରିଲ ୧ରୁ ଜିଲ୍ଲାରେ ଖୋଲିବ ଅଂଶୁଘାତ କଣ୍ଟ୍ରୋଲ ରୁମ, ନିଦ୍ଧିଷ୍ଟ ସ୍ଥାନରେ ରହିବ ଓଆରଏସ କର୍ଣ୍ଣର ଓ ଜଳଛତ୍ର

କନକ ବ୍ୟୁରୋ : ଦିନକୁ ଦିନ ଖରା ବଢ଼ି ଚାଲିଥିବା ବେଳେ ଅଂଶୁଘାତର ମୁକାବିଲା ପାଇଁ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରିଛି ସ୍ବାସ୍ଥ୍ୟ ବିଭାଗ। ଅଂଶୁଘାତ ପାଇଁ ଆସନ୍ତା ମାସ ୧ ତାରିଖରୁ ଜିଲ୍ଲା, ଉପଖଣ୍ଡ ଓ ବ୍ଲକରେ କଣ୍ଟ୍ରୋଲ ରୁମ୍ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହା ଆସନ୍ତା ଜୁନ୍ ୧୫ ତାରିଖ ପାଇଁ କାର୍ଯ୍ୟ କରିବ। ଏହାସହ ସମସ୍ତ ହସ୍ପିଟାଲଗୁଡ଼ିକରେ ଅଂଶୁଘାତ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ଓ ୧୦୮ ଓ ୧୦୨ ଆମ୍ବୁଲାନ୍ସ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦିଆଯାଇଛି। ଅଂଶୁଘାତର ମୁକାବିଲା ପାଇଁ ପର୍ଯ୍ୟାପ୍ତ ଓଆରଏସ୍ ମହଜୁଦ ରଖିବା ପାଇଁ ନିର୍ଦେଶ ଦିଆଯାଇଛି। ସ୍ବତନ୍ତ୍ର ଭାବେ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଓଆରଏସ୍ କର୍ଣ୍ଣର ଓ ଜଳଛତ୍ର ଖୋଲା ଯାଇଛି।

publive-imageରାଜ୍ୟରେ ଅଂଶୁଘାତର ମୁକାବିଲା ନେଇ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ନିୟମିତ ସମୀକ୍ଷା ଓ ତଦାରଖ କରିବାକୁ ବିଭାଗ ନିଷ୍ପତ୍ତି ନେଇଛି। ଏଥିପାଇଁ ରାଜ୍ୟ/ଜିଲ୍ଲା ଓ ବ୍ଲକ ସ୍ତରରେ ନୋଡାଲ ଅଧିକାରୀଙ୍କୁ ଚିହ୍ନଟ କରାଯାଇଛି। ସେମାନେ ତୃଣମୂଳସ୍ତରରେ ଏହାର ତଦାରଖ କରିବେ। ଏହାସହ ଅଂଶୁଘାତଠାରୁ ଲୋକମାନେ କିଭଳି ନିଜକୁ ରକ୍ଷା କରିବେ, ସେଥିପାଇଁ ସଚେତନତା କାର୍ଯ୍ୟକ୍ରମ ସହ ରେଡିଓରେ ଏହି ବାର୍ତା ପ୍ରଦାନ କରାଯିବ। ଅଂଶୁଘାତର ମୁକାବିଲା ପାଇଁ କ’ଣ କରିବାକୁ ହେବ ଓ କ’ଣ କରିବେ ନାହିଁ ତାହାକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଏସଆଇଏଚଏଫଡବ୍ଲୁର ନିର୍ଦେଶକଙ୍କୁ ଏହାର ଦାୟିତ୍ବ ଦିଆଯାଇଛି। ସମସ୍ତ ସରକାରୀ ସ୍ବାସ୍ଥ୍ୟନୁଷ୍ଠାନ ଓ ଅଣ ସ୍ବାସ୍ଥ୍ୟନୁଷ୍ଠାନଗୁଡ଼ିକରୁ ନିୟମିତ ଭାବେ ଅଂଶୁଘାତଜନିତ ରିପୋର୍ଟିଂ କରିବା ସହ ଅଂଶୁଘାତ ଜନିତ ମୃତ୍ୟୁର ତଦନ୍ତ ରାଜସ୍ବ ଓ ସ୍ବାସ୍ଥ୍ୟ ବିଭାଗ ମିଳିତ ଭାବେ ଏହାର ତଦନ୍ତ କରିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe