କନକ ବ୍ୟୁରୋ : ରାଜଧାନୀର ଲୋୟର ପିଏମଜିରେ ସଂସ୍କୃତ ଶିକ୍ଷକଙ୍କ ମହାଧାରଣା । ରାଜ୍ୟର ସଂସ୍କୃତ ଟୋଲକୁ ସରକ୍ଷା ଦେବା ପାଇଁ ସରକାରଙ୍କୁ ଜଣାଇଲେ ଦାବି । ଧାରଣାସ୍ଥଳରେ ହୋମ ଯଜ୍ଞ କରି ଅଭିନବ ଉପାୟରେ ଦାବି ଜଣାଇଛନ୍ତି । ଗୁରୁ ଦିବସରେ ହୋମ ଯଜ୍ଞ କରି ସଂସ୍କୃତ ଶିକ୍ଷକମାନେ ପ୍ରତିବାଦ କରିଛନ୍ତି । ରାଜ୍ୟରେ ଥିବା ୪୧ଟି ସଂସ୍କୃତ ଟୋଲକୁ ସୁରକ୍ଷା ଓ ଗଣଶିକ୍ଷା ବିଭାଗରେ ସାମିଲ କରିବାକୁ ସଂସ୍କୃତ ଶିକ୍ଷକମାନେ ଦାବି କରିଛନ୍ତି ।