ୟୁରୋପୀୟ ଦେଶ ଗୁଡ଼ିକରେ ସଂସ୍କୃତ ଭାଷାକୁ ନେଇ ଚାଲିଛି ଗବେଷଣା । ହେଲେ ଓଡ଼ିଶା ଗଣଶିକ୍ଷା ବିଭାଗ ପାଇଁ ଏହି ଭାଷା ପାଲଟିଯାଇଛି ଏକ ବିକଳ୍ପ

174

କନକ ବ୍ୟୁରୋ: ୟୁରୋପୀୟ ଦେଶ ଗୁଡ଼ିକରେ ସଂସ୍କୃତ ଭାଷାକୁ ନେଇ ବଡ଼ ବଡ଼ ଗବେଷଣା ଚାଲିଛି । କିନ୍ତୁ ଓଡ଼ିଶାର ଗଣଶିକ୍ଷା ବିଭାଗ ପାଇଁ ଏହି ଭାଷା ବିଷୟ କିନ୍ତୁ ଏକ ବିକଳ୍ପ ପାଲଟି ଯାଇଛି । ନିକଟରେ ଏକ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି, ଯେଉଁଥିରେ କୁହାଯାଇଛି, ହାଇସ୍କୁଲର ଛାତ୍ରଛାତ୍ରୀ ଯଦି ଚାହିଁବେ, ଧନ୍ଦାମୂଳକ ଶିକ୍ଷାକୁ ତୃତୀୟ ବିଷୟ ଭାବେ ବିକଳ୍ପ ବାଛି ପାରିବେ ।

ମାର୍ଚ୍ଚ ୧୦ରେ ପ୍ରକାଶ ପାଇଥିବା ବିଜ୍ଞପ୍ତ କୁହାଯାଇଥିଲା ରାଜ୍ୟର ୩୫୫ଟି ହାଇସ୍କୁଲର ଛାତ୍ରଛାତ୍ରୀମାନେ ତୃତୀୟ ଭାଷା ବାଛିବା ଦିଗରେ ଆଉ ଗୋଟିଏ ବିକଳ୍ପ ପାଇପାରିବେ । ଆଉ ସେହି ବିଷୟଟି ହେଉଛି-ଭୋକେଶନାଲ କମ୍ପ୍ୟୁଟର ଆଇଟି ଶିକ୍ଷା । ଆଉ ଏହି ବିଜ୍ଞପ୍ତିର ସବୁଠାରୁ ଅଧିକ ପ୍ରଭାବ ସଂସ୍କୃତ ଭାଷା ଉପରେ ପଡ଼ିବାକୁ ଯାଉଛି ।

ସଂସ୍କୃତିକୁ ତୃତୀୟ ଭାଷା ବିଷୟ ଭାବେ ବିକଳ୍ପ ନେବା ବଦଳରେ ଧନ୍ଦାମୂଳକ ଶିକ୍ଷାକୁ ବାଛିବାର ଅନେକ କାରଣ ରହିଛି । ପ୍ରମୁଖ କାରଣଟି ହେଲା-ପ୍ରାକ୍ଟିକାଲ । ଭୋକେଶନାଲ ଶିକ୍ଷାରେ ରହୁଛି ୭୦ ପ୍ରତିଶତ ପ୍ରାକ୍ଟିକାଲ ନମ୍ବର । ତେବେ ଶିକ୍ଷା ବିଭାଗର ଏହି ନିଷ୍ପତି ଯୋଗୁଁ ସଂସ୍କୃତ ଭାଷା ଅଧିକ ପ୍ରଭାବିତ ହେବାର ଆଶଙ୍କା କରିଛି ।

ନିଖିଳ ଉକ୍ରଳ ସଂସ୍କୃତ ଶିକ୍ଷକ ସଂଘ । ଭାଷାପତ୍ରର ବିକଳ୍ପ ରୂପେ କମ୍ପ୍ୟୁଟର ଶିକ୍ଷାକୁ ଯଦି ଗ୍ରହଣ କରାଯାଏ ତେବେ ଭବିଷ୍ୟତରେ ସଂସ୍କୃତ ନିଜର ଅସ୍ଥିତ୍ୱ ହରାଇବ ବୋଲି ବୋଲି ସଂଘ କହିଛି । ଅନ୍ୟପଟେ ସଂସ୍କୃତ ହେଉଛି ଆମର ଆଦିଭାଷା, ଏହାକୁ ଶିକ୍ଷା ବ୍ୟବସ୍ଥାରୁ ହଟାଇବୁ ନାହିଁ । କିନ୍ତୁ ଧନ୍ଦାମୂଳକକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି ।

ସଂସ୍କୃତ ଶିକ୍ଷକ ସଂଘର ଆଶଙ୍କା ଓ ମନ୍ତ୍ରୀଙ୍କ ସ୍ପଷ୍ଟିକରଣ ଭିତରେ ପ୍ରଶ୍ନ ଉଠୁଛି-
ହାଇସ୍କୁଲରୁ ଉଭାନ ହୋଇଯିବ କି ସଂସ୍କୃତ ବିଷୟ?
ସଂସ୍କୃତ ଭାଷା ପ୍ରତି ଅଣଦେଖା କରୁଛନ୍ତି କି ସରକାର?
ଧନ୍ଦାମୂଳକ ଶିକ୍ଷା ପାଇଁ ପଛରେ ପଡ଼ିଯିବ କି ସଂସ୍କୃତ?