ଇଟାଲୀରେ ମୋଦୀଙ୍କ ସାମ୍ନାରେ ସଂସ୍କୃତ ଶ୍ଲୋକ ପଢିଲେ ମହିଳା: ଜୟ ଶ୍ରୀରାମ ନାରାରେ କମ୍ପିଲା ରୋମ ସହର

Advertisment
ଇଟାଲୀରେ ମୋଦୀଙ୍କ ସାମ୍ନାରେ ସଂସ୍କୃତ ଶ୍ଲୋକ ପଢିଲେ ମହିଳା: ଜୟ ଶ୍ରୀରାମ ନାରାରେ କମ୍ପିଲା ରୋମ ସହର

କନକ ବ୍ୟୁରୋ: ଜି-୨୦ ସମ୍ମିଳନୀ ପାଇଁ ଇଟାଲୀ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ । ଏହି ଗସ୍ତରେ ସେ ଅନେକ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇଛନ୍ତି । ଏହାରି ମଧ୍ୟରେ ଭିଡ ଭିତରେ ଜଣେ ମହିଳା ସଂସ୍କୃତ ଶ୍ଲୋକ ଉଚ୍ଚାରଣ କରିଥିଲେ । ଆଉ ମୋଦୀଙ୍କ ସାମ୍ନାରେ ଶିବ ତାଣ୍ଡବ ଗାନ କରିଥିଲେ । କେବଳ ସେତିକି ନୁହେଁ ଅନ୍ୟ ଲୋକମାନେ ମଧ୍ୟ ଜୟ ଶ୍ରୀରାମ ଓ ଭାରତ ମାତା କୀ ଜୟ ନାରା ଦେଇଥିଲେ ।

ଏହାସହ ଏହି ଭିଡିଓରେ ଦେଖିବାକୁ ମିଳିଛି ଜଣେ ମହିଳା ମୋଦୀଙ୍କୁ ଗୁଜୁରାଟୀ ଭାଷାରେ ପଚାରିଛନ୍ତି ନରେନ୍ଦ୍ର ଭାଇ କେମ ଛୋ, ଏହାର ଉତ୍ତର ଦେଇ ମୋଦୀ କହିଥିଲେ ମଜା ମା ଛୋ... ଏହାଛଡା ସେଠାରେ ମୋଦୀ ମୋଦୀ ନାରା ଦେଉଥିଲେ ଭାରତୀୟ ଲୋକ । ଏହି ଭିଡିଓ ଏବେ ସୋସିଆଲମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଜି-୨୦ ସମ୍ମିଳନୀରେ ମୋଦୀ ଅନେକ ନେତା ମାନଙ୍କ ସହ କରୋନା ମହାମାରୀ ସହ ଲଢେଇ, ବୈଷୟିକ ଅର୍ଥ ବ୍ୟବସ୍ଥା ଓ ଜଳବାୟୁ ପରିବର୍ତ୍ତନ ଉପରେ ଆଲୋଚନା କରିବେ । ମୋଦୀ ୨୯ ଅକ୍ଟୋବରରୁ ୩୧ ଅକ୍ଟୋବର ଯାଏଁ ଇଟାଲୀ ଗସ୍ତରେ ରହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe