ମହିଳା କମିସନଙ୍କୁ ଭେଟି ନ୍ୟାୟ ମାଗିଲେ ପ୍ରଥା ଫିଲ୍ମର ପ୍ରଯୋଜିକା । ମହିଳା ଓ ଶିଶୁ ବିକାଶ ସଚିବଙ୍କ ନିକଟରେ ବି କଲେ ଅଭିଯୋଗ

Advertisment
ମହିଳା କମିସନଙ୍କୁ ଭେଟି ନ୍ୟାୟ ମାଗିଲେ ପ୍ରଥା ଫିଲ୍ମର ପ୍ରଯୋଜିକା । ମହିଳା ଓ ଶିଶୁ ବିକାଶ ସଚିବଙ୍କ ନିକଟରେ ବି କଲେ ଅଭିଯୋଗ

କନକ ବ୍ୟୁରୋ : ପୋଷ୍ଟର ଚିରା ଘଟଣାରେ ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ମିନତୀ ବେହେରାଙ୍କୁ ଭେଟିଛନ୍ତି ‘ପ୍ରଥା’ ଫିଲ୍ମର ପ୍ରଯୋଜିକା ସନଲିସା ପଟେଲ । ଏହାପୂର୍ବରୁ ମହିଳା ଓ ଶିଶୁ ବିକାଶ ବିଭାଗ ସଚିବ ଶୁଭା ଶର୍ମାଙ୍କୁ ମଧ୍ୟ ଦେଖା କରିଥିଲେ ସନଲିସା । ପୋଷ୍ଟର ଚିରିଥିବା ବ୍ୟକ୍ତିଙ୍କ ସହ ମନୋଜ ମିଶ୍ରଙ୍କୁ ଗିରଫ କରିବାକୁ ସେ ଦାବି କରିଛନ୍ତି । ଏହି ଘଟଣାରେ ସେ ଏଫଆଇଆର ଦେବା ପରେ ସୋସିଆଲ ମିଡିଆରେ ତାଙ୍କୁ ଗାଳିଗୁଲଜ କରାଯାଉଛି । ଏପରିକି ଧମକ ମଧ୍ୟ ଦିଆଯାଉଛି ବୋଲି ଅଭିଯୋଗ କରିିଛନ୍ତି ସନଲିସା । ଫଳରେ ସେ ମାନସିକ ଚାପରେ ରହୁଛନ୍ତି । ତେଣୁ ତୁରନ୍ତ କାର୍ଯ୍ୟାନୁଷ୍ଠାନପାଇଁ ସେ ଅନୁରୋଧ କରିଛନ୍ତି ।

ସନଲିସା କହିଛନ୍ତି –
ଫିଲ୍ମକୁ ନେଇ ଚାଲିଥିବା ବିବାଦର ସମାଧାନ ନହେଲେ ବିଧାନସଭା ଆଗରେ ଧାରଣା ଦେବେ
ମନୋଜ ମିଶ୍ର ସ୍ୱୀକାର କରନ୍ତୁ ତାଙ୍କ ପାଇଁ ଫିଲ୍ମ ପୋଷ୍ଟର ଚିରା ହୋଇଛି
ବିବାଦ ତୁଟିଲେ ପୁଣିଥରେ ‘ପ୍ରଥା’ ଫିଲ୍ମକୁ ହଲ୍ରେ ପକାଇବେ

ସେପଟେ ଫିଲ୍ମ ବିତରଣକୁ ନେଇ କ୍ଷୋଭ ପ୍ରକାଶ କରିଛି ପଶ୍ଚିମ ଓଡ଼ିଶା ପ୍ରୟୋଜକ ସଂଘ । ସଭାପତି ସୁଧୀର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସାମିଲ ହୋଇଛନ୍ତି ଅଭିନେତା ମନୋଜ ମିଶ୍ର । ପଶ୍ଚିମ ଓଡ଼ିଶାର ସିନେମା ଯେମିତି ରାଜ୍ୟର ସବୁ ଅଂଚଳର ହଲରେ ପ୍ରଦର୍ଶିତ ହୋଇପାରିବ, ସେ ସଂପର୍କରେ ଆଲୋଚନା ହେବା ସହ ମନୋଜ ମିଶ୍ରଙ୍କ ଉପରୁ ବାସନ୍ଦ ହଟାଇବାକୁ ଦାବି ହୋଇଛି । ଫିଲ୍ମ ବିତରଣ ଉପରେ ଉପୁଜିଥିବା ସମସ୍ୟା ଓ ଏହାର ସମାଧାନ ପାଇଁ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ନିଷ୍ପତି ନିଆଯାଇଛି ।

ଏପଟେ ଓଡିଶା ସିନେ ପ୍ରଯୋଜକ ସଂଘର ସହଯୋଗ ଲୋଡିଛନ୍ତି ପ୍ରଯୋଜିକା ସନଲିସା ପଟେଲ୍ । ପ୍ରଥା ଫିଲ୍ମର ପୋଷ୍ଟର ଚିରିବା ଘଟଣା ନେଇ ସଂଘ ସହ ଆଲୋଚନା କରିଛନ୍ତି । ବୈଠକରେ ଡିଷ୍ଟ୍ରିବ୍ୟୁଟର ସଂଘ କର୍ମକର୍ତା ମଧ୍ୟ ଯୋଗ ଦେଇଥିଲେ । ଆଗକୁ ଅନ୍ୟ କୌଣସି ସିନେମା ସହ ଯେପରି ଏହା ନ ଘଟିବ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ନିଷ୍ପତି ହୋଇଛି । ଦିନକୁ ଦିନ ଓଲିଉଡ୍ କଳି ଥମିବା ପରିବର୍ତେ ତେଜିବାରେ ଲାଗିଛି । ଏହାକୁ ନେଇ ଆରୋପ-ପ୍ରତ୍ୟାରୋପ ଜାରି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe