କନକ ବ୍ୟୁରୋ: ବିବାଦ ଭିତରେ ଓଡିଆ ସିନେ ପ୍ରଯୋଜକ ସଂଘର ସାହାଯ୍ୟ ମାଗିଲେ ‘ପ୍ରଥା’ ଫିଲ୍ମର ପ୍ରଯୋଜିକା ସନଲିସା । ପଶ୍ଚିମ ଓଡିଶାରେ ପ୍ରଥା ଫିଲ୍ମର ପୋଷ୍ଟର ଚିରିବା ଘଟଣା ନେଇ ସଂଘ ସହ ବୈଠକରେ ଆଲୋଚନା କରିଛନ୍ତି । ବୈଠକର ଡିଷ୍ଟ୍ରିବ୍ୟୁଟର ସଂଘ ବି ଯୋଗ ଦେଇଛନ୍ତି । ଆଗକୁ ଅନ୍ୟ କୌଣସି ସିନେମା ସହ ଏଭଳି ନ ଘଟିବ ସେ ଦିଗରେ ଦୃଷ୍ଟି ଦିଆଯିବ ବୋଲି ବୈଠକରେ ନିଷ୍ପତ୍ତିି ହୋଇଛି । ଏହି ବୈଠକରେ ଆଲୋଚନା ପରେ ପ୍ରତିକ୍ରିୟା ରଖି ସନଲିସା କହିଛନ୍ତି, ପୋଷ୍ଟର ଚିରିବା ଘଟଣାରେ ଗିରଫ ହୋଇଥିବା ୨ ଯୁବକଙ୍କ ସହ ମନୋଜ ମିଶ୍ରଙ୍କ କୌଣସି ସମ୍ପର୍କ ନଥିବା ସାମ୍ନାକୁ ଆସି କୁହନ୍ତୁ ମନୋଜ ମିଶ୍ର । ତାହାଲେ ମୁଁ ଜାଣିବି ମୋ ଫିଲ୍ମକୁ ବିରୋଧ ପଛରେ ତାଙ୍କର କୌଣସି ହାତ ନାହିଁ ।

Advertisment

ପଶ୍ଚିମ ଓଡିଶାରେ ପ୍ରଥା ଫିଲ୍ମକୁ ବିରୋଧ ହେବା ପରେ ଅଭିନେତା ମନୋଜ ମିଶ୍ରଙ୍କ ବିରୋଧରେ ଏଫଆଇଆର ଦେଇଥିଲେ ସନଲିସା । ଏଥିସହ ନିଜ ଫିଲ୍ମକୁ ହଲରୁ ହଟାଇ ଦେଇଥିଲେ ପ୍ରଯୋଜିକ ସନଲିସା । ବିବାଦ ସମାଧାନ ହେବା ପରେ ଏହି ସିନେମାକୁ ପୁନଃ ରିଲିଜ୍ କରିବାକୁ ପ୍ରଯୋଜନା ସଂସ୍ଥା ପକ୍ଷରୁ ନିଷ୍ପତି ହୋଇଛି ।