କନକ ବ୍ୟୁରୋ: କଂଗ୍ରେସ କରିବ ସଂକୀର୍ତ୍ତନ ସତ୍ୟାଗ୍ରହ । ଆଜି ଦିନ ୧୨ଟା ଯାଏଁ ରାଜ୍ୟର ସବୁ ଜଗନ୍ନାଥ ମନ୍ଦିର ସାମ୍ନାରେ ଦୀପ ଜାଳିବା ସହ ଘଣ୍ଟ ଘଣ୍ଟା ବଜାଇ ଆନ୍ଦୋଳନ କରିବ ଦଳ । ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ଦାବିରେ କଂଗ୍ରେସ ପକ୍ଷରୁ ଏପରି ପ୍ରତିବାଦ କରାଯିବ । ଗତ ୧୬ ତାରିଖ ଦିନ କଂଗ୍ରେସ ପକ୍ଷରୁ ପୁରୀରେ ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା, ରତ୍ନ ଭଣ୍ଡାର ମରାମତି ଆଦି ଦାବିରେ ଆନ୍ଦୋଳନ କରାଯାଇଥିଲା । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଭେଟି ଦାବି ପତ୍ର ଦେଇଥିଲେ । ୨୮ ତାରିଖ ଭିତରେ ଏନେଇ ପଦକ୍ଷେପ ନେବାକୁ କଂଗ୍ରେସ ପକ୍ଷରୁ କୁହାଯାଇଥିଲା । ହେଲେ କଣ୍ଟ ପୁରିଥିଲେ ମଧ୍ୟ ଦାବି ପୂରଣ ହୋଇନଥିବାରୁ ସଂକୀର୍ତନ ସତ୍ୟାଗ୍ରହ କରିବ ଦଳ ।
କଂଗ୍ରେସର ସଂକୀର୍ତ୍ତନ ସତ୍ୟାଗ୍ରହ । ଆଜି ଦିନ ୧୨ଟା ଯାଏଁ ରାଜ୍ୟର ସବୁ ଜଗନ୍ନାଥ ମନ୍ଦିର ସାମ୍ନାରେ ଆନ୍ଦୋଳନ କରିବ ଦଳ ।
/kanak/media/post_attachments/wp-content/uploads/2023/11/vlcsnap-2023-11-09-10h41m18s036.jpg)