କନକ ବ୍ୟୁରୋ: ଚାଷ ଜମି ବୁଲି ଚାଷୀଙ୍କ ସମସ୍ୟା ବୁଝିଲେ ସାନଖେମୁଣ୍ଡି କଂଗ୍ରେସ ବିଧାୟକ ରମେଶ ଜେନା । ସ୍ୱଳ୍ପ ବୃଷ୍ଟିପାତ ଚଳିତ ବର୍ଷର ଖରିଫ ଫସଲକୁ ପୁରା ଉଜାଡି ଦେଇଛି । ଅନିୟମିତ ମୌସୁମି ବର୍ଷା ସାଙ୍ଗକୁ ଜଳ ସେଚନର ଅଭାବ ଫଳରେ ଗଂଜାମର ବିଭିନ୍ନ ବ୍ଲକର ହେକ୍ଟର ହେକ୍ଟର ଚାଷ ଜମି ପଡିିଆ ପଡିଥିବା ବେଳେ ଯେଉଁ ଜମିରେ ଲୋକେ ସାମାନ୍ୟ ବର୍ଷା ପରେ ପମ୍ପରେ ପାଣି ମଡାଇ ଧାନ ରୋଇ ଥିଲେ ତାହା ଫାଟି ଆଁ କରିଛି । ଧାନ ଫସଲ ଅଧିକ ଜଳ ଆବଶ୍ୟକ କରୁଥିବା ସମୟରେ ଯଥେଷ୍ଟ ପରିମାଣର ଜଳ ଅଭାବ ଫଳରେ ଅନେକ ଜମିର ଧାନ ଗଛ ପୋଡି ଯାଇଛି । ଏହାକୁ ନେଇ ଗଂଜାମର କେତେକ ବ୍ଲକରେ ବିଜେପି ଚାଷୀଙ୍କୁ କ୍ଷତି ପ୍ରଦାନ ନିମନ୍ତେ ବ୍ଲକ ଘେରାଉ କରୁଥିବା ବେଳେ ଦୁଇ ଦିନ ହେଲା କଂଗ୍ରେସ ସଭାପତିଙ୍କ ନିର୍ଦ୍ଦେଶ କ୍ରମେ କଂଗ୍ରେସ କିସାନ୍ ସେଲ୍ର ସଭାପତି ଅଭୟ ପଟ୍ଟନାୟକ ଓ ସାନଖେମୁଣ୍ଡି ବିଧାୟକ ରମେଶ ଜେନା ବ୍ଲକରୁ ବ୍ଲକ ବୁଲି କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟୁଛନ୍ତି ।
ସାନଖେମୁଣ୍ଡିରେ ପଡିଆ ପଡିଛି ଚାଷ ଜମି । ବିଲରେ ପଶି ସ୍ଥିତି ଅନଧ୍ୟାନ କଲେ ସାନଖେମୁଣ୍ଡି ବିଧାୟକ
Advertisment
Follow Us