ପୌଷ ପୂର୍ଣ୍ଣିମାରେ ହେଲା ମହୋଦଧୀ ଆଳତି । ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ସହ ଗଜପତି ଓ ରାଜ୍ୟପାଳ ଆଳତି କଲେ ସମର୍ପଣ

114

କନକ ବ୍ୟୁରୋ : ବିଶ୍ୱଶାନ୍ତି ପାଇଁ ପବିତ୍ର ପୌଷ ପୂଣ୍ଣିମାରେ ପୁରୀ ସ୍ୱର୍ଗଦ୍ୱାର ସମ୍ମୁଖ ସମୁଦ୍ର ତଟରେ ଅନୁଷ୍ଠିତ ହୋଇଯାଇଛି ମହୋଦଧି ଆଳତି  । ଗୋବର୍ଦ୍ଧନ ମଠ ପୀଠାଧୀଶ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ  ଶୁକ୍ରବାର ସନ୍ଧ୍ୟାରେ ଏହି ମହୋଦଧି ଆଳତି ସମର୍ପଣ କରିଛନ୍ତି ।

ଏହି ମହୋଦଧି ଆଳତି ପ୍ରଭୁ ଶ୍ରୀ ନାରାୟଣଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଥିଲେ । ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ଗଜପତି  ମହାରାଜ ଦିବ୍ୟସିଂହ ଦେବ, ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଆଳତି ସମର୍ପଣ କରିଥିଲେ । ଏହି ପବିତ୍ର କାର୍ଯ୍ୟକ୍ରମରେ ବହୁ ବିଧାୟକ,  ନେତା, ସାଧୁସନ୍ଥ ଓ ମଠ ମହନ୍ତ  ଯୋଗଦେଇ ମହୋଦଧି ଆଳତି ସହ ସମୂହ ଦୀପଦାନ କରିଥିଲେ । ଗତ କିଛି ବର୍ଷ ହେବ ପୁରୀ ଗୋବର୍ଦ୍ଧନ ପୀଠ ଆନୁକୁଲ୍ୟରେ ତୀର୍ଥରାଜ ଶ୍ରୀ ମହୋଦଧିଙ୍କ ସନ୍ଧ୍ୟା ଆରତୀ କରାଯାଉଛି ।