କନକ ବ୍ୟୁରୋ: ବାପା ଗଲେ ପୁଅ ଆସିଲେ । ବଜାୟ ରହିଲା ଓସିଏରେ ପରିବାର ପରମ୍ପରା । ଅନେକ କଳ୍ପନା ଜଳ୍ପନା ପରେ ଓସିଏ ସମ୍ପାଦକ ହେଲେ, ସଞ୍ଜୟ ବେହେରା । ୪୫ ଖଣ୍ଡ ଭୋଟରେ ଓସିଏର ସମ୍ପାଦକ ଭାବେ ବିଜୟ ତିଳକ ପିନ୍ଧିଛନ୍ତି ପୂର୍ବତନ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ପୁଅ ସଂଜୟ ବେହେରା । ସଂଜୟ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ନବରଞ୍ଜନ ପଟ୍ଟନାୟକଙ୍କୁ ୨୦ ଖଣ୍ଡ ଭୋଟରେ ପରାଜିତ କରି ଓସିଏ ମଙ୍ଗ ଧରିଛନ୍ତି ।

Advertisment

publive-imageଅନ୍ୟପଟେ ପ୍ରଥମ ଥର ପାଇଁ ଓସିଏର ପ୍ରତି ପଦବୀ ପାଇଁ ମତଦାନ ହୋଇଥିବାବେଳେ । ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ପଙ୍କଜ ଲୋଚନ ମହାନ୍ତି । ୩୮ ଖଣ୍ଡ ଭୋଟ୍ ପାଇ ଜିତିଲେ ପଙ୍କଜ । ସେହିପରି ଉପସଭାପତି ଭାବେ ଅକ୍ଷୟ କୁମାର ସାମନ୍ତ ନିର୍ବାଚିତ ହୋଇଥିବାବେଳେ ଯୁଗ୍ମ ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି ମେହତାବ ଖାନ୍ । ସେହିଭଳି ଓସିଏର କୋଷାଧକ୍ଷ ଭାବେ ବିକାଶ ପ୍ରଧାନ ନିର୍ବାଚିତ ହୋଇଥିବା ଫଳାଫଳ ପ୍ରକାଶ ପାଇଛି । ତେବେ ନାମାଙ୍କନ ଦାଖଲ ପରଠୁ ଆପେକ୍ସ କାଉନସିଲ୍ ସଦସ୍ୟ ପାଇଁ କେନ୍ଦ୍ରାପଡାର ଶୁଭାଶିଷ୍ ସେନାପତି ଅପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚିତ ହୋଇ ସାରିଛନ୍ତି ।