ଓଡିଶା ହାଇକୋର୍ଟର ବିଚାରପତି ହେବେ ସଂଜୀବ ପାଣିଗ୍ରାହୀ । ଆସନ୍ତା ସୋମବାର ନେଇପାରନ୍ତି ଶପଥ

Advertisment
ଜଳସଂପଦ ଓ ନଗର ଉନ୍ନୟନ ସଚିବଙ୍କୁ ବ୍ୟକ୍ତିଗତ ହାଜିରା ନିର୍ଦ୍ଦେଶ : ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନରେ ଅବହେଳା ପାଇଁ ହେବେ ହାଜର

souce : highcourt

କନକ ବ୍ୟୁରୋ : ସଂଜୀବ ପାଣିଗ୍ରାହୀ ହେବେ ଓଡିଶା ହାଇକୋର୍ଟର ବିଚାରପତି । ଏନେଇ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସଂଜୀବ ପାଣିଗ୍ରାହୀଙ୍କ ଘର ବଲାଙ୍ଗିର ବ୍ଲକ ଅନ୍ତର୍ଗତ ବାରପୁରଗିଆ । ସେ ବଲାଙ୍ଗିର ସ୍ଥିତ ରାଜେନ୍ଦ୍ର ମହାବିଦ୍ୟାଳୟରେ ପାଠ ପଢିବା ପରେ ବାଙ୍ଗାଲୋରରେ ଆଇନ ପାଠ ପଢିଥିଲେ । ପାଠପଢା ପରେ ସେ ସୁପ୍ରିମକୋର୍ଟରେ ଆଇନଜୀବୀ କାର୍ଯ୍ୟ କରୁଥିଲେ ।

କଲେଜିଅମ ବ୍ୟବସ୍ଥାରେ ସେ ଆଇନଜୀବୀରୁ ସିଧାସଳଖ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଛନ୍ତି । ସେ ସୋମବାର ଦିନ ଶପଥ ନେଇ ପାରନ୍ତି ବୋଲି ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe