କନକ ବ୍ୟୁରୋ : ସଂଜୀବ ପାଣିଗ୍ରାହୀ ହେବେ ଓଡିଶା ହାଇକୋର୍ଟର ବିଚାରପତି । ଏନେଇ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସଂଜୀବ ପାଣିଗ୍ରାହୀଙ୍କ ଘର ବଲାଙ୍ଗିର ବ୍ଲକ ଅନ୍ତର୍ଗତ ବାରପୁରଗିଆ । ସେ ବଲାଙ୍ଗିର ସ୍ଥିତ ରାଜେନ୍ଦ୍ର ମହାବିଦ୍ୟାଳୟରେ ପାଠ ପଢିବା ପରେ ବାଙ୍ଗାଲୋରରେ ଆଇନ ପାଠ ପଢିଥିଲେ । ପାଠପଢା ପରେ ସେ ସୁପ୍ରିମକୋର୍ଟରେ ଆଇନଜୀବୀ କାର୍ଯ୍ୟ କରୁଥିଲେ ।
କଲେଜିଅମ ବ୍ୟବସ୍ଥାରେ ସେ ଆଇନଜୀବୀରୁ ସିଧାସଳଖ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଛନ୍ତି । ସେ ସୋମବାର ଦିନ ଶପଥ ନେଇ ପାରନ୍ତି ବୋଲି ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/Orissa-High-Court-650x430.jpg)