ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ସଞ୍ଜୟ ସିଂଙ୍କୁ ଆଶ୍ୱସ୍ତି । ୬ମାସ ପରେ ସାଂସଦଙ୍କୁ ମିଳିଲା ଜାମିନ

111

କନକ ବ୍ୟୁରୋ: ଆମ ଆଦମୀ ପାର୍ଟି ନେତା ସଂଜୟ ସିଂଙ୍କୁ ଆଶ୍ୱସ୍ତି । ୬ ମାସ ପରେ ସର୍ତ୍ତ ସହ ସଞ୍ଜୟଙ୍କୁ ମିଳିଛି ଜାମିନ । ତେବେ ତଳ କୋର୍ଟ ସଞ୍ଜୟଙ୍କ ପାଇଁ ସର୍ତ୍ତ ସ୍ଥିର କରିବେ ବୋଲି ସୁପ୍ରିମକୋର୍ଟ ଆଜିର ଶୁଣାଣିରେ ନିର୍ଦ୍ଦେଶ ଦେଇଛନ୍ତି । ସଞ୍ଜୟଙ୍କ ବିରୋଧରେ କୌଣସି ଠୋସ୍ ପ୍ରମାଣ ନଥିବାରୁ ତାଙ୍କୁ ଜାମିନ ମିଳିଥିବା ଜଣାପଡିଛି । ତେବେ କୋର୍ଟଙ୍କ ଜାମିନ ନିର୍ଦ୍ଦେଶ ଉପରେ ଇଡି କୌଣସି ପ୍ରକାର ଆପତ୍ତି ପ୍ରକାଶ କରିନଥିବା ଜଣାପଡିଛି । ତେବେ ସଞ୍ଜୟ ନିଜ ଜାମିନ ସମ୍ବନ୍ଧିତ କୌଣସି ସୂଚନା ମିଡିଆକୁ ନଦେବା ପାଇଁ କୋର୍ଟ କଡ଼ା ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅକ୍ଟୋବର ୪ରେ ସଞ୍ଜୟଙ୍କୁ ଗିରଫ କରିଥିଲା ଇଡି । ପ୍ରଥମେ ରେଡ ପରେ ଜେରା ଆଉ ତା ପରେ ଇଡି ତାଙ୍କୁ ଗିରଫ କରିଥିଲା ।