ବାପାଙ୍କ ଅନ୍ଦାଜରେ ଭାଷଣ ଦେଲେ ଆପ୍ ସାଂସଦ ସଂଜୟ ସିଂଙ୍କ ଝିଅ ଇସିତା । ଭାବୁକ ହୋଇ ପଢିଲେ ଜେଲରେ ଥିବା ପିତାଙ୍କ ହାତ ଲେଖା ପତ୍ର

232

କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ମାମଲାରେ ଜେଲରେ ଥିବା ଆମ ଆଦମୀ ପାର୍ଟି ସାଂସଦ ସଂଜୟ ସିଂଙ୍କ ଝିଅ ଇସିତା ସିଂ ନିକଟରେ ନିଜ ଅଭିଭାଷଣକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ବୁଧବାର ଉତ୍ତର ପ୍ରଦେଶ ସୁଲତାନପୁରର ଆଜାଦ ସେବା ସମିତିର ୨୮ତମ ବାର୍ଷିକ ଉତ୍ସବ ଅବସରରେ ଯୋଗ ଦେଇଥିଲେ ଇସିତା । ଏହି ଉତ୍ସବରେ ଆମ ଆଦମି ପାର୍ଟିର ମନ୍ତ୍ରୀ ଗୋପାଳ ରାୟ, ସଂଜୟଙ୍କ ପିତା ଓ ପତ୍ନୀ ସମେତ ଅନ୍ୟ ବିଧାୟକ ଉପସ୍ଥିତ ଥିଲେ ।

ଏହି ଅବସରରେ ଇସିତା ନିଜ ଅଭିଭାଷଣ ରଖିବା ସହ ପିତାଙ୍କ ଦ୍ୱାରା ଲେଖା ଏକ ପତ୍ର ପଢିଥିଲେ । ସେ କହିଥିଲେ କି ଏପରି ପତ୍ର ପଢିବା ତାଙ୍କ ପକ୍ଷରେ ଏତେ ସହଜ ନୁହେଁ । କିନ୍ତୁ ପିତାଙ୍କ ସଂଦେଶ ଲୋକ ମାନଙ୍କ ନିକଟରେ ପହଂଚାଇବା ନିହାତି ଜରୁରୀ । ଏଣୁ ସେ ପଢୁଛନ୍ତି ଓ ଲୋକ ମାନଙ୍କୁ ସହେଯାଗ ତଥା ବିଶ୍ୱାସ ରଖିବା ପାଇଁ ଅନୁରୋଧ କରିଥିଲେ ।

ବର୍ତ୍ତମାନ ସଂଜୟଙ୍କ ସହ ହୋଇଥିବା ଅନ୍ୟାୟ ବିରୋଧରେ ସେ ଜେଲ ଭିତରୁ ଲଢୁଛନ୍ତି ଏବଂ ସମସ୍ତଙ୍କ ସହେଯାଗର ଆବଶ୍ୟକତା ରହିଛି । ଏ ଲଢେଇ କେବଳ ନିଜ ପଇଁ ନୁହେଁ ଜନ ସାଧାରଣଙ୍କ ପାଇଁ । ସେ ଜେଲ ଭିତରେ ଥାଇ ପାରନ୍ତି କିନ୍ତୁ ସର୍ବଦା ନିଜ ଲୋକଙ୍କ ପାଇଁ ଚିନ୍ତିତ । ଏହି ସମିତି ସବୁଥର ଡିସେମ୍ବରରେ ହୁଏ କିନ୍ତୁ ଏଥର ହୋଇ ପାରିନାହିଁ । ହେଲେ ସଂଜୟ ଚାହାଁନ୍ତି କି କୌଣସି କାରଣରୁ ଯେମିତି ଗରୀବ କଲ୍ୟାଣରେ ବାଧା ନଆସୁ । ଏଣୁ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରା ଯାଉଛି । ଜେଲରେ ଥାଇ ମଧ୍ୟ ପିତା କିପରି ନିଜ ପରିବାର ଓ ସନ୍ତାନ ମାନଙ୍କୁ ଠିକରେ ଚଳିବା ପାଇଁ ଉପଦେଶ ଦେଉଛନ୍ତି ସେ କଥା କହିବାକୁ ଯାଇ ଭାବୁକ ହୋଇଯାଇଥିଲେ ଇସିତା ।

ଇସିତା ଉଭୟ ବଲିଉଡ୍ ତଥା ପଞ୍ଜାବୀ ଚଳଚିତ୍ର ଇଣ୍ଡଷ୍ଟ୍ରୀରେ କାମ କରି ସାରିଛନ୍ତି ଓ ଏବେ ମୁମ୍ବାଇରେ ରହୁଛନ୍ତି । ବଲିଉଡ ଫିଲ୍ମ ମୁଲ୍କ ରେ ଅଭିନୟ କରିବା ସହ ହିନ୍ଦୀ ଓ ପଞ୍ଜାବୀ ମ୍ୟଜିକ ଭିଡିଓରେ ସେ କାମ କରି ସାରିଲେଣି । ଇସିତାଙ୍କ ଇଂଷ୍ଟାଗ୍ରାମ ଆକଉଂଟରେ ଅନେକ ବଲିଉଡ ତାରକା ଯୋଡି ହିଇ ଅଛନ୍ତି । ସେ ମଧ୍ୟରେ ଫିଲ୍ମ ମୁଲ୍କର ସହ ଅଭିନେତ୍ରୀ ତାପସୀ ପନ୍ନୁ ବି ରହିଛନ୍ତି ।