କନକ ବ୍ୟୁରୋ: ମହାରାଷ୍ଟ୍ରରେ ରାଜନୀତିରେ ଜାରି ରହିଛି ହାଇଭୋଲ୍ଟେଜ୍ ଡ୍ରାମା । ଆଜି ମଧ୍ୟ କିଛି ବିଧାୟକ ଛତ୍ରଭଙ୍ଗ ଦେଇ ଏକନାଥ ସିନ୍ଦେଙ୍କ ପାଖକୁ ଗୌହାଟି ପଳାଇବାପରେ ତାତି ଉଠିଛନ୍ତି ଶିବସେନା ମୁଖପ୍ରାତ୍ର ସଞ୍ଜୟ ରାଉତ । ଏହା ଭିତରେ ସେଠିକାର ହୋଟେଲରେ ଥିବା ସମସ୍ତ ବିଧାୟକଙ୍କ ଫଟୋ ଓ ଭିଜୁଆଲ ଜାରି କରିଛନ୍ତି ଏକନାଥ ସିନ୍ଦେ । ଅନ୍ୟପଟେ ଏହାର ଜବାବ ଦେଇଛନ୍ତି ସଞ୍ଜୟ ରାଉତ ।

Advertisment

 ତାଙ୍କ ସହ ବିଶ୍ୱାସ ଘାତକ କରାଯାଇ ତାଙ୍କର ବିଧାୟକଙ୍କୁ ଅପହରଣ ଅପହରଣ କରାଯାଇଛି ବୋଲି ଦଳୀୟ ମୁଖପାତ୍ର ସଂଜୟ ରାଉତ କହିଥିବାବେଳେ ବିଶ୍ୱାସଘାତକ କରି ନୁହେଁ ବରଂ ସାମ୍ନାକୁ ଆସି ଆଲୋଚନା କରିବାକୁ କହିଛନ୍ତି ଉଦ୍ଧବ ଠାକରେ ।

ମହରାଷ୍ଟ୍ରରେ ଏବେ କରଛଡା ପ୍ରକିୟା ଜାରି ରହିଛି । ଶିବସେନାର ବିଧାୟକ ଦଳରୁ ଯାଇ ଏକନାଥ ସିନ୍ଦେଙ୍କ ସହ ଗୌହାଟିରେ ସନ୍ଧି କରିଛନ୍ତି । ଏପଟେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜ ପଦ ଛାଡିବେ ବୋଲି ଚର୍ଚ୍ଚା ହେଉଛି । ଏଥିପାଇଁ ସେ ବୁଧବାର ରାତିରେ ନିଜ ସରକାରୀ ବାସଭବନ ଛାଡି ମାତୋଶ୍ରୀରେ ପହଞ୍ଚିଛନ୍ତି । ରାଜ୍ୟ ରାଜନୀତିରେ ନିଆଁ ଲାଗିଥିବାବେଳେ ଏଥିରେ ଘିଅ ଢାଳିବାକୁ ଚେଷ୍ଟା କରୁଛନ୍ତି ଏକନାଥ । ଜାରି କରିଛନ୍ତି ତାଙ୍କ ସହ ଯୋଗ ଦେଇଥିବା ସମସ୍ତ ବିଧାୟକଙ୍କ ଫଟୋ ଓ ଭିଜୁଆଲ ।, ଯାହାକୁ ନେଇ ଏବେ ଚର୍ଚ୍ଚା ।