କଂଗ୍ରେସର ହାତ ଛାଡିବା ପରେ ଏବେ ଖବର ଆସୁଛି ଯେ ପ୍ରିୟଙ୍କା ଚତୁର୍ବେଦୀ ଶିବସେନାର ହାତ ଧରିବେ । ଶିବସେନା ନେତା ସଂଜୟ ରାଉତ୍ ଏହି ଖବର ଦେଇଛନ୍ତି । ସଂଜୟଙ୍କ ଅନୁସାରେ ପ୍ରିୟଙ୍କା ଶୁକ୍ରବାର ଶିବସେନାରେ ଜଏନ୍ କରିବେ ।
ପ୍ରିୟଙ୍କା କଂଗ୍ରେସରୁ ଖପ୍ପା ହୋଇ ଶୁକ୍ରବାର ଇସ୍ତଫା ଦେଇଥିଲେ । ନିକଟରେ ପ୍ରିୟଙ୍କା ଯେତେବେଳେ ରାଫେଲ୍ ବିଷୟରେ ଏକ ପ୍ରେସ୍ କନଫ୍ରେନ୍ସ କରିବା ପାଇଁ ଆଗ୍ରା ପହଂଚିଥିଲେ । ସେତେବେଳେ କଂଗ୍ରେସର କିଛି ସଦସ୍ୟ ତାଙ୍କୁ କଥିତ ରୁପରେ ଖରାପ ବ୍ୟବହାର ଦେଖାଇଥିଲେ । ପ୍ରିୟଙ୍କା ପାର୍ଟିର ଏହି କାର୍ଯ୍ୟକର୍ତ୍ତାଙ୍କୁ କଥିତ ରୁପରେ “ଗୁଣ୍ଡା” ବୋଲି କହିଥିଲେ । ସୂତ୍ରରୁ ମିଳିଥିବା ଖବର ଅନୁସାରେ ଶୁକ୍ରବାର ୧.୩୦ ସମୟରେ ଉଦ୍ଧବ ଠାକରେ ଏକ ପ୍ରେସ କନଫ୍ରେନ୍ସ ଡକାଇଥିଲେ । ଯେଉଁଥିରେ ପ୍ରିୟଙ୍କା ଚତୁର୍ବେଦୀଙ୍କୁ ଶିବସେନାରେ ମିଶିବାର ଘୋଷଣା କରାଯିବ । ଏହା ପୂର୍ବରୁ ସେ ପ୍ରିୟଙ୍କା ଚତୁର୍ବେଦୀ ମାଇକ୍ରୋବ୍ଲଗିଙ୍ଗ୍ ସାଇଟ୍ ଟ୍ୱିଟରରୁ ନିଜ ବାୟୋ ଚେଞ୍ଜ କରି କଂଗ୍ରେସ ପ୍ରବକ୍ତାକୁ ହଟାଇ ଦେଇଛନ୍ତି । ନିଜ ପ୍ରୋଫାଇଲରେ ‘ରାଷ୍ଟ୍ରୀୟ ପ୍ରବକ୍ତା କଂଗ୍ରେସ’ କୁ ମଧ୍ୟ ଡିଲିଟ୍ କରିଛନ୍ତି ।
ଏହା ପୂର୍ବରୁ କଂଗ୍ରେସ ଉପରେ ଖପ୍ପା ଥିବା ପ୍ରିୟଙ୍କା ଟ୍ୱିଟ୍ କରି କହିଥିଲେ, ଏହା ଦେଖି ବହୁତ ଦୁଃଖ ଲାଗୁଛି ଯେ କଂଗ୍ରେସକୁ ଝାଳ ବୁହାଉଥିବା ଲୋକଙ୍କ ଅପେକ୍ଷା ଖରାପ ବ୍ୟବହାର କରୁଥିବା ଲୋକଙ୍କର ଆବଶ୍ୟକତା ରହିଛି । ମୁଁ ପୂର୍ବରୁ ମଧ୍ୟ ପାର୍ଟି ପାଇଁ ପଥର ଖାଇବାଠୁ ଆରମ୍ଭ କରି ଗାଳି ମଧ୍ୟ ଶୁଣିଛି । ମୋତେ ର୍ଦୁବ୍ୟବହାର କରିଥିବା ଲୋକଙ୍କ ଏହିଭଳି ହିଁ ଛାଡିଦିଆଯିବା ଘଟଣା ଆତି ଦୁଃଖଦପୂର୍ଣ୍ଣ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/04/SIBSENA-UP.jpg)
/kanak/media/post_attachments/wp-content/uploads/2019/04/814680-705960-chaturvedipriyanka-071818-300x169.jpg)
/kanak/media/post_attachments/wp-content/uploads/2019/04/priyanka-1-1-300x160.jpg)