କନକ ବ୍ୟୁରୋ : ମହାରାଷ୍ଟ୍ରରେ ଲାଗିଥିବା କ୍ଷମତା ସଂକଟ ଭିତରେ ଏବେ ପୁଣି ଅନ୍ୟଏକ ମାମଲାକୁ ନେଇ ଶିବସେନା ସାଂସଦ ସଂଜୟ ରାୱତ ଚର୍ଚ୍ଚାକୁ ଆସିଛନ୍ତି । ପାତ୍ରା ଚାଁଲ ଜମି ଦୁର୍ନୀତିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ରବିବାର ଦିନ ସଂଜୟଙ୍କ ବାସଭବନରେ ଦୀର୍ଘ ସମୟ ଚଢାଉ ପରେ ତାଙ୍କୁ ହେପାଜତକୁ ନେଇଛି । ଏହି ମାମଲାରେ ଏକା ସଂଜୟ ରାୱତ ନୁହଁନ୍ତି ଅଭିଯୁକ୍ତ ତାଲିକାରେ ତାଙ୍କ ପତ୍ନୀ ବର୍ଷାଙ୍କ ନାମ ବି ରହିଛି ।

Advertisment

କୁହାଯାଉଛି କି ସଂଜୟ ଓ ତାଙ୍କ ପତ୍ନୀଙ୍କ ପାଖରେ ମୋଟ ୨.୩୦ କୋଟି ଟଙ୍କାର ସମ୍ପତ୍ତି ରହିଛି । ୨୦୨୬ ରାଜ୍ୟସଭା ନିର୍ବାଚନ ପାଇଁ ସଂଜୟ ରାୱତ ଯେଉଁ ସତ୍ୟପାଠ ଦାଖଲ କରିଥିଲେ ସେଥିରେ ସେ ତାଙ୍କ ମୋଟ ସଂପତ୍ତିର ତାଲିକା ଦେଇଥିଲେ । ଏହି ସତ୍ୟପାଠ ମୁତାବକ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ପାଖରେ ବ୍ୟାଙ୍କ ଜମା, ଜମି ଓ ଗହଣା ମିଶାଇ ୨.୩୦ କୋଟି ଟଙ୍କା ହେବ ବୋଲି କୁହାଯାଇଥିଲା । ଏହା ବ୍ୟତୀତ ତାଙ୍କ ପାଖରେ ୨୦୦୪ ମଡେଲର ଏକ କାର ମଧ୍ୟ ରହିଛି ।

ସେପଟ ସମ୍ପତ୍ତି ମାମଲାରେ ସଂଜୟଙ୍କ ଠାରୁ ଆଗରେ ଅଛନ୍ତି ପତ୍ନୀ ବର୍ଷା । ଏହାସହ ବର୍ଷାଙ୍କ ପାଖରେ ୨୨ ଲକ୍ଷ ଟଙ୍କାର ଗହଣା ବି ରହିଛି । ଏହାସହ ସଂଜୟଙ୍କ କନଷ୍ଟ୍ରକ୍ସନ କମ୍ପାନୀର ବର୍ଷା ବି ଭାଗିଦାରୀ ଅଛନ୍ତି । ଅନ୍ୟପଟେ ଯଦି ଅଚଳ ସମ୍ପତ୍ତି କଥା କୁହାଯିବ ତେବେ ସଂଜୟଙ୍କ ପାଖରେ ରାୟଗଡରେ ଏକ ଘତର ଓ କିଛି ଚାଷଜମି ରହିଛି । ଏହି କ୍ରମରେ ବର୍ଷାଙ୍କ ନାମରେ ରାୟଗଡ ଓ ପାଲଘରରେ ବି ଫ୍ଲାଟ ରହିଛି । ଏହାସହ ବର୍ଷାଙ୍କ ନାମରେ ଆଲିଗଡରେ ବି ୮ ଟି ଫ୍ଲାଟ ରହିଛି ।