ନୂତନ ସଂସଦ ଭବନ ଉଦଘାଟନ: ରାହୁଲ ଗାନ୍ଧୀଙ୍କ ପରେ ଆପତ୍ତି ଜଣାଇଲେ ସଞ୍ଜୟ ରାଉତ

195

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ନୂଆ ସଂସଦ ଭବନର ଉଦଘାଟନ କରିବାକୁ ଯାଉଛନ୍ତି । ରାହୁଲ ଗାନ୍ଧୀଙ୍କ ପରେ ବର୍ତ୍ତମାନ ସଞ୍ଚୟ ରାଉତ ଏହି ପ୍ରସଙ୍ଗରେ ବିଜେପି ଏବଂ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିଛନ୍ତି । ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି ସଞ୍ଜୟ । ମୁମ୍ବାଇରେ ସାମ୍ବାଦିକଙ୍କ ସହ କଥାହେବା ସମୟରେ ସେ କହିଛନ୍ତି, ରାଷ୍ଟ୍ରପତିଙ୍କୁ ଉପେକ୍ଷା କରି ନୂଆ ସଂସଦ ଭବନର ଉଦଘାଟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ କରାଯାଉଛି । ମୁଁ ଏହାର ନିନ୍ଦା କରୁଛି । ଏଠାରେ ସ୍ପଷ୍ଟ ଦେଖାଇବାକୁ ଚେଷ୍ଟା କରାଯାଉଛି ଯେ ମୁଁ ସବୁକିଛି, ଦ୍ୱିତୀୟ ବ୍ୟକ୍ତି କେହିନାହାନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ସଂସଦ ଭବନର ଉଦଘାଟନ ରାଷ୍ଟ୍ରପତିଙ୍କ ହାତରେ କରାଯିବା ଦରକାର । ପ୍ରଧାନମନ୍ତ୍ରୀ ଏବଂ ଲୋକସଭା ଅଧ୍ୟକ୍ଷ ରାଷ୍ଟ୍ରପତିଙ୍କ ପଛକୁ ରହିଛନ୍ତି । ସବୁବେଳେ ପ୍ରଥମସ୍ଥାନ ରାଷ୍ଟ୍ରପତିଙ୍କର । ଯଦି ଏସବୁ ପରେ ବି ନିଷ୍ପତ୍ତିରେ ପରିବର୍ଚ୍ଚନ କରାନଯାଏ ତେବେ ଏହା ହାସ୍ୟାସ୍ପଦ ।