କନକ ବ୍ୟୁରୋ : ଜେଲ ଯିବେ ବାପ ପୁଅ । ମହାରାଷ୍ଟ୍ର ବିଜେପି ନେତା ଓ ତାଙ୍କ ପୁଅ ନିଲ ସୋମିୟାଙ୍କୁ ନେଇ ଏଭଳି ମନ୍ତବ୍ୟ ଦେଇଛନ୍ତି ଶିବସେନା ସାଂସଦ ସଂଜୟ ରାଉତ । ମୁମ୍ବାଇ ପିଏମସି ବ୍ୟାଙ୍କ ସ୍କାମରେ ବିଜେପି ନେତା କିରଟ ସୋମିୟାଙ୍କ ପୁଅ ନିଲ ସୋମିୟାର ସମ୍ପୃକ୍ତି ଥିବା ନେଇ ମଧ୍ୟ କହିଛନ୍ତି ସଂଜୟ ରାଉତ ।
ସେହିପରି କେନ୍ଦ୍ରୀୟ ଏଜେନ୍ସିର କିଛି ଅଧିକାରୀଙ୍କୁ ମଧ୍ୟ ଖୁବ ଶୀଘ୍ର ଜେଲ ଭିତରେ ପୁରାଯିବ ବୋଲି ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି । ସେପଟେ ଗିରଫ ହେବା ଭୟରେ ଆଗୁଆ ଜାମିନ ପାଇଁ କୋର୍ଟରେ ଆବେଦନ କରିଥିଲେ ନିଲ୍ ସୋମିୟା । ଯାହାକୁ କୋର୍ଟ ଖାରଜ କରିଛନ୍ତି । ଘଟଣାକୁ ମହାରାଷ୍ଟ୍ର ରାଜନୀତି ତେଜିବାରେ ଲାଗିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/03/20-2.jpg)