ଜନସଂଖ୍ୟା ନିୟନ୍ତ୍ରଣ ଆଇନକୁ ନେଇ କେଉଁଠି ସମର୍ଥନ ତ କେଉଁଠି ବିରୋଧ । ସଂଜୟ ରାୱତ କହିଲେ ଏମିତି କଥା

92

କନକ ବ୍ୟୁରୋ : ଦେଶରେ ଏବେ ଜନସଂଖ୍ୟା ନିୟନ୍ତ୍ରଣ ଆଇନକୁ ନେଇ ରାଜନୈତିକ ଦଳମାନଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି । ଏହାରି ମଧ୍ୟରେ ଶିବସେନା ସାଂସଦ ତଥା ଦଳର ପ୍ରବକ୍ତା ଯୋଗୀଙ୍କ ଜନସଂଖ୍ୟା ନିୟନ୍ତ୍ରଣ ଆଇନକୁ ସମର୍ଥନ ଜଣାଇ ପୁଣିଥରେ ବିଜେପି ଓ ଶିବସେନା ମଧ୍ୟରେ ଥିବା ସଂପର୍କକୁ ସ୍ପଷ୍ଟ କରିଛନ୍ତି । କହିରଖୁ କି ଜନସଂଖ୍ୟା ନିୟନ୍ତ୍ରଣ ଆଇନକୁ ରାଜନୀତି ଦୃଷ୍ଟିକୋଣରୁ ନଦେଖିବାକୁ ଯୋଗୀ ଆଦିତ୍ୟନାଥ କହିଥିଲେ । ଏହାକୁ ନେଇ ସଂଜୟ ରାୱତ କହିଛନ୍ତି କି ବଢୁଥିବା ଜନସଂଖ୍ୟା ଦେଶ ବିକାଶର ବାଧକ ସାଜିଛି । ସମସ୍ତେ ମିଳିମିଶି ଏହି ସମସ୍ୟାର ସମାଧାନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି । ଏହାସହ ଜନସଂଖ୍ୟା ନିୟନ୍ତ୍ରଣ ଆଇନକୁ ନେଇ ଯୋଗୀ ସରକାର ଏକ ପୟୋଗ କରୁଛନ୍ତି ଯଦି ଏହା ୟୁପିରେ ସଫଳ ହୁଲ ତେବେ ଏହାକୁ ପୁରା ଦେଶରେ ଲାଗୁ କରାଯିବାର ଆବଶ୍ୟକତା ରହିଛି ।
ଜନସଂଖ୍ୟା ନିୟନ୍ତ୍ରଣ ଉପରେ ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଦେଇଥିବା ବୟାନକୁ ନେଇ ସଂଜୟ ରାୱତ କହିଛନ୍ତି କି ମହିଳାଙ୍କୁ ଶିକ୍ଷିତ କରିବା ପାଇଁ ସରକାର ପ୍ରୟାସ କରନ୍ତୁ ହେଲେ ଯୋଗୀ ସରକାର ଜନସଂଖ୍ୟା ନିୟନ୍ତ୍ରଣ ନେଇ ଯେଉଁ ପ୍ରୟୋଗ କରିଛନ୍ତି ତାହାକୁ ବିରୋଧ କରନ୍ତୁ ନାହିଁ ।

ଶିବସେନା ପ୍ରବକ୍ତା ସଂଜୟ ରାୱତ ଯୋଗୀ ସରକାରଙ୍କର ବିଭିନ୍ନ କାର୍ଯ୍ୟକୁ ସମର୍ଥନ କରିଥିଲେ ବି ୟୁପିରେ ଦଳର ବିସ୍ତାର ରଣନୀତି ନେଇ ଶିବସେନା ନିର୍ବାଚନ ଲଢିବ ବୋଲି କହିଛନ୍ତି । ଏହାସହ ଆଗାମୀ ୟୁପି ନିର୍ବାଚନରେ ଶିବସେନା ୫୦-୬୦ ଆସନରେ ପ୍ରତିଦ୍ୱିନ୍ଦିତା କରିବ ବୋଲି ଶ୍ରୀ ରାୱତ ସୂଚନା ଦେଇଛନ୍ତି ।

ଅନ୍ୟପଟେ ପଙ୍କଜା ମୁଣ୍ଡେଙ୍କୁ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ନମିଳିବା ନେଇ ସେ କହିଛନ୍ତି କି ପ୍ରଧାନମନ୍ତ୍ରୀଙ୍କ ପାଖରେ ସ୍ୱତନ୍ତ୍ର ଅଧିକାର ରହିଛି କି ସେ କାହାକୁ ମନ୍ତ୍ରୀମଣ୍ଡଳରେ ସାମିଲ କରିବେ ଓ କାହାକୁ କରିବେ ନାହିଁ । ହେଲେ ମୁଣ୍ଡେ ପରିବାର ବିଜେପି ପାଇଁ ଯାହା କରିଛନ୍ତି ତାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବା ଉଚିତ ବୋଲି ସେ କହିଛନ୍ତି ।