ବିଜେପି ପାର୍ଟିର ମହିଳା କର୍ମକର୍ତ୍ତାଙ୍କୁ ଯୌନ ଶୋଷଣର ଶିକାର କରୁଥିଲେ ଏହି ବଡ ନେତା ! ବହିଷ୍କୃତ କଲା ଦଳ ।

ବିଜେପି ପାର୍ଟିର ମହିଳା କର୍ମକର୍ତ୍ତାଙ୍କୁ ଯୌନ ଶୋଷଣର ଶିକାର କରୁଥିଲେ ଏହି ବଡ ନେତା ! ବହିଷ୍କୃତ କଲା ଦଳ ।

India Today

#ମି ଠୁ ଅଭିଯୋଗରେ ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀ ଏମ୍ ଜେ ଆକବରଙ୍କୁ ପ୍ରଥମେ ବଳି ପକାଇ ସାରିବା ପରେ ଭାରତୀୟ ଜନତା ପାର୍ଟି (ବିଜେପି) ଆଜି ବଳି ପକାଇଛି #ମି ଠୁ ଅଭିଯୋଗରେ ଦଳର ଅନ୍ୟତମ ଅଭିଯୁକ୍ତ ଉତ୍ତରାଖଣ୍ଡରେ ଦଳର ସାଧାରଣ ସଂପାଦକ ଥିବା ସଂଜୟ କୁମାରଙ୍କୁ। ଉତ୍ତରାଖଣ୍ଡରେ ବିଜେପିର ସାଧାରଣ ସଂପାଦକ ଥିବା ସଂଜୟ କୁମାର ଦଳର ଜନୈକା ମହିଳା କର୍ମୀଙ୍କୁ ଯୌନ ନିର‌୍ୟାତନା ଦେବା ସହ ଯୌନ ଶୋଷଣ କରିଥିବା ନେଇ #ମି ଠୁ ଅଭିଯାନରେ ଅଭିଯୋଗ ଆସିଥିଲା। #ମି ଠୁ ଅଭିଯାନରେ ଅଭିଯୋଗ କରି ଉତ୍ତରାଖଣ୍ଡର ବିଜେପିର ସାଧାରଣ ସଂପାଦକ ଥିବା ସଂଜୟ କୁମାର ଦଳର ଜନୈକା ମହିଳା କର୍ମୀ ସଂଜୟ କୁମାର ତାଙ୍କୁ ଯୌନ ନିର‌୍ୟାତନା ଦେବା ସହ ଯୌନ ଶୋଷଣ କରିଥିବା ନେଇ ଅଭିଯୋଗ କରିବା ସହ ଏହି ଘଟଣାରେ ଦଳର ଅନ୍ୟ ବରିଷ୍ଠ ନେତା ତାଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ ଅଭିଯୁକ୍ତ ସଂଜୟ କୁମାରଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ନେଇ ସଙ୍ଗୀନ୍ ଅଭିଯୋଗ ଆଣିଥିଲେ।

publive-image

ସଂପୃକ୍ତା ମହିଳା ଦଳୀୟ କର୍ମୀଙ୍କ ଅଭିଯୋଗ ଉପରେ ଦିଳ୍ଲୀର କେନ୍ଦ୍ର ନେତୃତ୍ୱ ମଧ୍ୟ ଆଜି ପର‌୍ୟ୍ୟନ୍ତ ନିରବତା ଅବଲମ୍ବନ କରି ଆସିଥିଲେ। ତେବେ, ଆସନ୍ତା ମାସରେ ଦଳ ୫ଟି ରାଜ୍ୟରେ ନିର୍ବାଚନକୁ ସାମନା କରିବାକୁ ଯାଉଥିବା ବେଳେ କାଳେ ଏହି ଘଟଣାର ପ୍ରତିକୂଳ ପ୍ରଭାବ ନିର୍ବାଚନ ଉପରେ ପଡ଼ିବ, ଏଇ ଆଶଙ୍କାରେ ଆଜି ଦଳର ହାଇକମାଣ୍ଡ #ମି ଠୁ ଅଭିଯୋଗରେ ଦଳର ଅନ୍ୟତମ ଅଭିଯୁକ୍ତ ସଂଜୟ କୁମାରଙ୍କୁ ଦିଲ୍ଲୀ ସମନ୍ କରିବା ସହ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe