ରାଜ୍ୟସଭାରେ କୋଷ୍ଟାଲ ହାଇୱେ ନେଇ ଗଡକରୀଙ୍କ ବୟାନ ପ୍ରସଙ୍ଗ : ଉଦବେଗ ପ୍ରକାଶ କଲେ ସଞ୍ଜୟ ଦାସବର୍ମା; କହିଲେ, କୋଷ୍ଟାଲ ହାଇୱେ ଓଡିଶାର ଭାଗ୍ୟ ଭବିଷ୍ୟତ

ଏହାକୁ ରାଜନୈତିକ ମୁଦ୍ଦା ନକରି ସମିଳିତ ଉଦ୍ୟମ ହେବା କଥା । କୋଷ୍ଟାଲ ହାଇୱେ ଯେଉଁ ଆଲଟମେଣ୍ଟ ଦେଇ ହେବା କଥା ସେହିଭଳି ହେଉ

142

କନକ ବ୍ୟୁରୋ : କୋଷ୍ଟାଲ ହାଇୱେ ନେଇ ରାଜ୍ୟସଭାରେ ଅଣ ତାରକାଙ୍କ ପ୍ରଶ୍ନରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଏହି ପ୍ରସଙ୍ଗରେ ଆଜି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା । କହିଛନ୍ତି, ସେ ପ୍ରଥମରୁ ଯେଉଁ ସନେଦହ କରିଥିଲେ ତାହା ସ୍ପଷ୍ଟ ହୋଇଛି । ୪୩୫ କିଲୋମିଟରର ଉପକୂଳ ହାଇୱେ ଗୋପାଳପୁରରୁ ଦୀଘା ଯିବା କଥା ସେଥିରୁ ୫୦ କିଲୋମିଟର ହ୍ରାସ ପାଇ ୩୮୨ କିଲୋମିଟର ହୋଇଛି ।

କୋଷ୍ଟାଲ ହାଇୱେ ଓଡିଶାର ଭାଗ୍ୟ ଭବିଷ୍ୟତ । ଏହାକୁ ରାଜନୀତିକରଣ କରାନଯାଉ । ସମସ୍ତେ ଏନେଇ ଆଲୋଚନା କରି ସମ୍ମିଳିନ ସ୍ୱର ଉଠାଇବା ଦରକାର । । କେନ୍ଦ୍ର ସରକାର ଏନେଇ ପୁର୍ନବିଚାର କରନ୍ତୁ । ମୁଖ୍ୟମନ୍ତ୍ରୀ ଆଲୋଚନା ପରେ ବି ଗଡକରୀଙ୍କ ଏଭଳି ନିଷ୍ପତି ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ସଂଜୟ ଦାସବର୍ମା ।