ବଲିଉଡର ମୁନ୍ନାଭାଇ ଭାବେ ଜଣାଯାଉଥିବା ସଂଜୟଦତ୍ତଙ୍କ ବାୟୋପିକକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି । ରଣବୀର କପୁର ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ବେଳେ ଅନ୍ୟାନ୍ୟ ଭୂମିକାରେ ଦିୟା ମିର୍ଜା,ମନିଷା କୋଇରାଲା , ପରେଶ ରାୱଲ , ସୋନମ କପୁର , କରିସ୍ମା ତନ୍ନା ଦେଖାଦେବେ । ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କର ଏହା ଡ୍ରିମ୍ ପ୍ରୋଜେକ୍ଟ । ଜାନୁୟାରୀ ୨୦୧୭ରେ ଏହି ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହୋଇଥିଲା । ଚଳଚ୍ଚିତ୍ରର ଶେଷ ଭାଗର ସୁଟିଂ ବର୍ତ୍ତମାନ ଚାଲୁଥିବାର ସୂଚନା ମିଳିଛି ।
କିଛିଦିନ ତଳେ ଖବର ଉଠିଥିଲା ଯେ ଏହି ବାୟୋପିକ୍ ଦଶହରା ଅବସରରେ ମୁକ୍ତିଲାଭ କରିବ । ନିର୍ଦ୍ଦେଶକ ରାଜକୁମାର ଏକ ସାକ୍ଷାତକାରରେ ଏସବୁ ଉଡ଼ା କଥା ବୋଲି କହିଛନ୍ତି । ୨୦୧୮ ମାର୍ଚ୍ଚରେ ସର୍ବଭାରତୀୟ ସ୍ତରରେ ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବ ବୋଲି ଜଣାପଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/07/5591_Sanjay-Dutt.jpg)