କନକ ବ୍ୟୁରୋ: ବଲିଉଡ୍ ଅଭିନେତା ସଂଜୟ ଦତ ଫୁସଫୁସ୍ କର୍କଟରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ଫୁସ୍ଫୁସ୍ କ୍ୟାନ୍ସର ଷ୍ଟେଜ୍-ଥ୍ରୀରେ ଥିବା ଜଣାପଡ଼ିବା ପରେ ଆମେରିକା ଯାଇ ଚିକିତ୍ସା କରିବେ ସଂଜୟ । ଛାତିରେ ଯନ୍ତ୍ରଣା ଏବଂ ଶ୍ୱାସକ୍ରିୟାରେ ସଂକଟ ହେବା ଯୋଗୁଁ ଗତ ୮ ତାରିଖରେ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭିର୍ତ ହୋଇଥିଲେ ୬୧ ବର୍ଷିୟ ସଂଜୟ ଦତ ।
ସେଠି ତାଙ୍କ କୋଭିଡ୍ ପରୀକ୍ଷା କରାଯାଇଥିଲା । ହେଲେ ରିପୋର୍ଟ ନେଗେଟିଭ୍ ଆସିଥିଲା । ଏହାର ଦୁଇ ଦିନ ପରେ ଅର୍ଥାତ୍ ୧୦ ତାରିଖରେ ହସ୍ପିଟାଲରୁ ଘରକୁ ଫେରିଥିଲେ । ତେବେ ଡାକ୍ତରଖାନାରୁ ଫେରିବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଂପୂର୍ଣ୍ଣ ଭାବରେ ଠିକ୍ ନାହିଁ ବୋଲି ଘୋଷଣା କରିଥିଲେ । ସେ ନିଜ ସୋସିଆଲ ମିଡ଼ିଆ ପୋଷ୍ଟରେ ଲେଖିଛନ୍ତି- ବନ୍ଧୁଗଣ, ଡାକ୍ତରୀ ଚିକିତ୍ସା ପାଇଁ ମୁଁ ଛୋଟ ବ୍ରେକ୍ ନେଉଛି ।