image courtesy - Nation Next
ବହୁ ପ୍ରତିକ୍ଷିତ ବଲିଉଡ୍ ସିନେମା “ସଂଜୁ”ର ଟିଜର ନିକଟରେ ମୁକ୍ତିଲାଭ କରିଥିବାବେଳେ ଖୁବ୍ କମ୍ ଦିନ ମଧ୍ୟରେ ଏହି ସିନେମା ପ୍ରେକ୍ଷାଳୟରେ ପଡିବାକୁ ଯାଉଛି । ରାଜକୁମାର ହିରାନୀଙ୍କ ନିର୍ଦ୍ଧେଶିତ ଏହି ସିନେମାକୁ ଦେଖିବାକୁ ଲୋକ ଚାତକ ପରି ଚାହିଁ ବସିଛନ୍ତି । ବଲିଉଡ୍ ଜଗତର ବରିଷ୍ଠ ଅଭିନେତା ସଂଜୟ ଦତ୍ତଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମରେ ମୁଖ୍ୟ ଅଭିନେତା ରୂପେ ରଣବୀର୍ କପୁର ନଜର ଆସିଥିବାବେଳେ ଅନ୍ୟ ସବୁ ଚରିତ୍ରରେ କିଏ ଅଭିନୟ କରିବେ ତାହା ଆମେ ଆପଣଙ୍କୁ ଜଣାଇବୁ ।
୯୦ ଦଶକରୁ ସଂଜୟଙ୍କ ସହ କାମ କରି ଆସୁଥିବା ବଲିଉଡ୍ ଅଭିନେତ୍ରୀ ମନିଷା କୋୟରାଲା ତାଙ୍କ ମା’ ଚରିତ୍ରରେ ନଜର ଆସିବେ ।
ସଂଜୟ ଦତ୍ତଙ୍କ ପିତା ସୁନୀଲ ଦତ୍ତଙ୍କ ଭୁମିକାରେ ବଲିଉଡର ବରିଷ୍ଠ ଅଭିନେତା ପରେଶ୍ ରାୱଲ୍ ନଜର ଆସିବେ ।
ଫିଲ୍ମରେ ସଂଜୟଙ୍କ ଭଉଣୀଙ୍କ ପତୀ ଅର୍ଥାତ୍ ଭେଣୋଇ ଜୀ କୁମାର ଗୌରବଙ୍କ ଭୁମିକାରେ ବିକି କୋଶଲ୍ ନଜର ଆସିବେ ।
ଫିଲ୍ମରେ ସଂଜୟଙ୍କ ଭଉଣୀଙ୍କ ପତୀ ଅର୍ଥାତ୍ ଭେଣୋଇ ଜୀ କୁମାର ଗୌରବଙ୍କ ଭୁମିକାରେ ବିକି କୋଶଲ୍ ନଜର ଆସିବେ ।ସଂଜୟଙ୍କ ବନ୍ଧୁ ସଲମାନ୍ ଖାନଙ୍କ ଭୁମିକାରେ ଜିମ୍ ସରଭ୍ ନଜର ଆସିବେ । ଜିମ୍ ସରଭ୍ ପୂର୍ବରୁ ପଦ୍ମାବତ୍ ଏବଂ ନୀରଜା ସିନେମାରେ ନିଜର ପାରଦର୍ଶିତା ଦେଖାଇ ସାରିଛନ୍ତି । ସଂଜୟଙ୍କ ପ୍ରେମିକା
ସଂଜୟଙ୍କ ପତ୍ନୀ ମାନ୍ୟତା ଦତ୍ତଙ୍କ ଭୁମିକାରେ ବଲିଉଡ୍ ସୁନ୍ଦରୀ ଦିଆ ମିର୍ଜା ନଜର ଆସିବେ । ଏହି ସିନେମାରେ ଦିଆଙ୍କ ଏକ ଗୁରୁତ୍ୱପୂର୍ତ୍ତ ରୋଲ୍ ରହିବ ।
ମାଧୁରୀ ଦୀକ୍ଷିତଙ୍କ ଭୁମିକାରେ କରିସ୍ମା ତନ୍ନା ନଜର ଆସିବେ ।
ସଂଜୟଙ୍କ ପତ୍ନୀ ମାନ୍ୟତା ଦତ୍ତଙ୍କ ଭୁମିକାରେ ବଲିଉଡ୍ ସୁନ୍ଦରୀ ଦିଆ ମିର୍ଜା ନଜର ଆସିବେ । ଏହି ସିନେମାରେ ଦିଆଙ୍କ ଏକ ଗୁରୁତ୍ୱପୂର୍ତ୍ତ ରୋଲ୍ ରହିବ ।
ମାଧୁରୀ ଦୀକ୍ଷିତଙ୍କ ଭୁମିକାରେ କରିସ୍ମା ତନ୍ନା ନଜର ଆସିବେ ।ଅନ୍ୟ ଭୁମିକାରେ ଯେଭଳି ଚନକୀ ପାଣ୍ଡେ ଭୁମିକାରେ ଶରମନ୍ ଯୋଶୀ,ପୁଜା ଭଟ୍ଟଙ୍କ ଭୁମିକାରେ ଆଲିଆ ଭଟ୍ଟ,ଜୁହି ଚାୱଲାଙ୍କ ଭୁମିକାରେ ରିୟା ଚକ୍ରବର୍ତ୍ତୀ,ଟୀନା ମୁନିମଙ୍କ ରୋଲରେ ସୋନମ୍ କପୁର ଏବଂ ସଂଜୟ ଗୁପ୍ତାଙ୍କ ଭୁମିକାରେ ବମନ୍ ଇରାନୀ ନଜର ଆସିବେ ।
Follow Us