ବଦଳିଲା ଆରୟନଙ୍କ ଠିକଣା: ଯେଉଁଠି ଦିନେ କସାବ ଥିଲା ସେଠି ଏବେ ଶାହାରୁଖଙ୍କ ପୁଅ

316
କନକ ବ୍ୟୁରୋ: ମନ୍ନତ ନୁହେଁ ଏବେ ଶାହାରୁଖ ଖାନଙ୍କ ପୁଅ ଆରୟନଙ୍କ ନୂଆ ଠିକଣା ପାଲଟିଛି ଆର୍ଥର ରୋଡ ଜେଲ । ବଢୁଛି ଆରୟନଙ୍କ ଅଡୁଆ । ୮ ତାରିଖ ଜାମିନ ଆବେଦନ ଖାରଜ ପରେ ଏବେ ଆର୍ଥର ଜେଲ ପାଲଟିଛି ଆରୟନଙ୍କ ନୂଆ ଠିକଣା । ବେଲରେ ଗଲେ ଆରୟନ କାଳେ ଦେଶ ଛାଡି କୁଆଡେ ଚାଲିଯିବେ କିମ୍ବା କିଛି ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରବେ  । ଣେୁ ତାଙ୍କୁ ଜାମିନ ଆଇନ ସମ୍ମତ ନୁହେଁ ବୋଲି କୋର୍ଟରେ ଯୁକ୍ତି ଦର୍ଶାଇଥିଲା ଏନସିବି । ଆରୟନଙ୍କ ଜାମିନ ପାଇଁ ଆବେଦନ , ଶୁଣାଣି ଯୋଗ୍ୟ ନୁହେଁ ବୋଲି ସ୍ପଷ୍ଟ ଭାବେ କହିବା ସହ ଏହାକୁ ଖାରଜ କରିଥିଲେ ବିଚାରପତି । ଏହାପରେ ଅ।।ୟନଙ୍କୁ ପଠାଇଥିଲେ ସେହି ଜେଲକୁ ଯେଉଁଠି ରହିଛନ୍ତି କୁଖ୍ୟାତ ଆତଙ୍କବାଦୀଙ୍କ ଠାରୁ ଆରମ୍ଭ କରି ବଡବଡ ଅପରାଧୀ । ସେଠାରେ ଏବେ ଆରୟନଙ୍କ ସହ ଗିରଫ ଅନ୍ୟ ୮ ଅଭିଯୁକ୍ତଙ୍କୁ ୧୪ ଦିନ ନ୍ୟାୟିକ ହେପାଜତରେ ପଠାଇଦିଆଯାଇଛି । ଜେଲର ଖାଦ୍ୟ ଖାଇବା ସହ ଅନ୍ୟ ଅପରାଧୀଙ୍କ ଭଳି ରହିବେ ଆରୟନ୍ ।
୩ ତାରିଖରେ ମୁମ୍ବାଇ କ୍ରୁଜରୁ ଗିରଫ ହୋଇଥିବା ଆରୟନଙ୍କୁ ହେପାଜତରେ ନେବା ପରେ ଜେରା ।ଏହାପରେ ବଲିଉଡର  ସମର୍ଥନ ଆଉ ତା ପରେ ବଲିଉଡର ପପୁଲାର ଆଡଭୋକେଟଙ୍କ ଦ୍ୱାରା ଜାମିନ ଆବେଦନ । ଏତେସବୁ କିନ୍ତୁ ବଂଚାଇ ପାରିଲାନି ଆରୟନଙ୍କୁ । ଜାମିନ ଆବେଦନ ଖାରଜ ପରେ ମୁମ୍ବାଇର ଆର୍ଥର ରୋଡ୍ ଜେଲକୁ ଗଲେ ଆରୟନ, ଯାହା  ମୁମ୍ବାଇର ସବୁଠୁ ପୁରୁଣା ଜେଲ । ଏହି ଜେଲରେ କଏଦ ଥିଲେ ଅନେକ କୁଖ୍ୟାତ ଅପରାଧୀ ।

 

୨୦୦୮ରେ ମୁମ୍ବାଇ ଆକ୍ରମଣ ଘଟଣାରେ ଧରାପଡିଥିବା ପାକିସ୍ତାନୀ ଆତଙ୍କବାଦୀ ଅଜମଲ କସାବଙ୍କୁ ଏହି ଜେଲରେ ବନ୍ଦୀ କରାଯାଇଥିଲା । ୧୬୬ ଲୋକଙ୍କୁ ହତ୍ୟା କରିବା ସହ ୬୦୦ ଲୋକଙ୍କୁ ଗୁରୁତର କରିଥିଲା ।

 

୧୯୯୩ରେ ସିରିଜ ବିସ୍ଫୋରଣ ଘଟାଇବାରେ ସମ୍ପୃକ୍ତି ଓ ଘରୁ ବେଆଇନ ଭାବେ ଅସ୍ତ୍ର ରଖିଥିବା  ଅଭିଯୋଗରେ ଗିରଫ ହୋଇ ଏହି ଜେଲରେ ଥିଲେ ଅଭିନେତା ସଂଜୟ ଦତ୍ତ । ଏଠାରେ ଅତି କ୍ଷୁଦ୍ର କୋଠରୀରେ ଅତି ଦୟନୀୟ ଭାବେ ଦୀର୍ଘ ୧୮ ମାସ କଟାଇଥିଲେ ସଂଜୟ ଦତ୍ତ । ଆର୍ଥର ଜେଲର ଏହି ରହିଣି ତାଙ୍କର ସବୁ ଟାଣ ପଣକୁ ଭାଙ୍ଗିଦେଇଥିବା ଗଣ ମାଧ୍ୟମ ଆଗରେ କହିଥିଲେ ସଂଜୟ ।

 

ମିଡିଆ ଉଦ୍ୟୋପତି ସିନା ବୋରାଙ୍କୁ ହତ୍ୟା ଘଟଣାର ଅଭିଯୁକ୍ତ ପିଟର ମୁଖର୍ଜିଆ ମଧ୍ୟ ଏହି ଜେଲରେ ୪ ବର୍ଷ କାଳ ସଜା କାଟିଛନ୍ତି ।
ଆତଙ୍କବାଦୀ ତଥା କ୍ରାଇମ ଲିଡର ଅବୁ ସଲେମକୁୁ ୧୯୯୩ ବିସ୍ଫୋରଣ ମାମଲାରେ ଏହି ଆର୍ଥର ରୋଡ ଜେଲରେ ରଖାଯାଇଥିଲା ।
ଏହି ସମାନ ଘଟଣାରେ ଅନ୍ୟତମ ଆତଙ୍କବାଦୀ ମୁସ୍ତଫା ଦୋଷାକୁ ମଧ୍ୟ ଏଠିକାର ଅନ୍ୟ ଏକ ସେଲରେ ବନ୍ଦୀ ରଖାଯାଇଥିଲା । ଏହି ଜେଲରେ ହିଁ ହୃତଘାତରେ ପ୍ରାଣ ହରାଇଥିଲା ମୁସ୍ତଫା  ।
ଅଣ୍ଡର ୱାର୍ଲଡ୍ ଡନ୍ ଛୋଟା ରାଜନର ଠିକଣା ବି ପାଲଟିଥିଲା ଏହି ଜେଲ, ଯାହା ଉପରେ ରହିଛି ୭୦ରୁ ଅଧିକ ଅପରାଧିକ ମାମଲା ।
୨୦୧୨ରେ ଶିବ ସେନା ଲିଡର କମଲାକରଙ୍କୁ ହତ୍ୟା ଘଟଣାର ଅଭିଯୁକ୍ତ ଅରୁଣ ଗାବଲି ମଧ୍ୟ ଏହି ଠାରେ ସଜା କାଟିଥିଲେ । ଶେଷରେ ତାଙ୍କୁ ଫାଶି ଦଣ୍ଡାଦେଶ ହୋଇଥିଲା ।

 

ଆହୁରି  ଅନେକ ଜଘନ୍ୟ ଅପରାଧୀଙ୍କୁ ସଜା ଭୋଗିବାର ସାକ୍ଷୀ ଥିବା ଏହି ଜେଲରେ ଏବେ ଶହାରୁଖଙ୍କ ପୁଅ ଆରୟନ୍ ।  ସେଠାରେ ସମସ୍ତଙ୍କୁ ୧ ନମ୍ବର ବ୍ୟାରାକରେ କୋଭିଡ ନିୟମ ଅନୁଯାୟୀ ଦୂରତା ରକ୍ଷାକରି ଜେଲର ସବୁ ନିୟମ ମାନିବେ ଆରୟନ୍ । ଆହୁରି ଅନେକ ରହସ୍ୟ ଉନ୍ମୋଚନ କରିବାକୁ ଏନସିବି ତାର ଯାଞ୍ଚ ପ୍ରକ୍ରିୟା ଜାରି ରଖିଥିବାବେଳେ ଆରୟନଙ୍କ ଓକିଲ ସତୀଶ ମାନସେିନେ୍ଧଙ୍କ ଆଗାମୀ ପଦକ୍ଷେପକୁ ଅପେକ୍ଷା କରିଛନ୍ତି ଆରୟନ୍ ।