ହସ୍ପିଟାଲରେ ସଂଜୁ: ବଲିଉଡ୍ ଅଭିନେତା ସଂଜୟ ଦତ୍ତ ହସ୍ପିଟାଲରେ ଭର୍ତି; ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରେ ମୁମ୍ବାଇର ଲୀଳାବତୀ ହସ୍ପିଟାଲକୁ ଅଣାଗଲା

Advertisment
ହସ୍ପିଟାଲରେ ସଂଜୁ: ବଲିଉଡ୍ ଅଭିନେତା ସଂଜୟ ଦତ୍ତ ହସ୍ପିଟାଲରେ ଭର୍ତି; ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରେ ମୁମ୍ବାଇର ଲୀଳାବତୀ ହସ୍ପିଟାଲକୁ ଅଣାଗଲା

କନକ ବ୍ୟୁରୋ: ବଲିଉଡ୍ ଅଭିନେତା ସଂଜୟ ଦତଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତି କରାଯାଇଛି । ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାକୁ ତାଂକୁ ହସ୍ପିଟାଲରେ ଭର୍ତି କରାଯାଇଥିଲ । ହେଲେ ଏବେ ସେ ସୁସ୍ଥ ଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି । ତାଙ୍କୁ ଆଗାମୀ ଦିନେ ଦୁଇଦିନ ନୀରିକ୍ଷଣ ପାଇଁ ହସ୍ପିଟାଲରେ ରହିବାକୁ ପଡ଼ିବ । ଏହାସହ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା, ଏହାର ରିପୋର୍ଟ ନେଗେଟିଭ୍ ଆସିଛି । ଅଣ- କୋଭିଡ୍ ୱାର୍ଡରେ ତାଙ୍କୁ ରଖାଯାଇଛି । ହସ୍ପିଟାଲରୁ ନିଜେ ସଂଜୟ ମଧ୍ୟ ଟୁଇଟ୍ କରିଛନ୍ତି । ସେ ଏଥିରେ ଲେଖିଛନ୍ତି ଯେ, ସେ ଏବେ ସୁସ୍ଥ ଅଛନ୍ତି । ଦିନେ ଦୁଇଦିନ ଭିତରେ ଘରକୁ ଫେରିବେ ବୋଲି ସେ ଟୁଇଟରେ ଲେଖିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe